ଓଡିଶା

odisha

By

Published : Nov 11, 2020, 9:37 AM IST

ETV Bharat / state

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସମ୍ବଲପୁର ଯୁଜୁମୁରା ବ୍ଳକ ମେଘପାଳ ପଞ୍ଚାୟତର ଘୁଷୁରିଆବାହାଲ ଗାଁରେ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ସମ୍ବଲପୁର: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୄତ୍ୟୁ । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ସମ୍ବଲପୁର ଯୁଜୁମୁରା ବ୍ଳକ ମେଘପାଳ ପଞ୍ଚାୟତର ଘୁଷୁରିଆବାହାଲ ଗାଁରେ ।

ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଅଭିଯୁକ୍ତ ପତ୍ନୀହନ୍ତା ସ୍ବାମୀ ହେଉଛନ୍ତି ଜୁଜୁମୁରା ବ୍ଳକ ମେଘପାଲ ପଞ୍ଚାୟତ ଘୁଷୁରିଆବାହାଲ ଗ୍ରାମର ପ୍ରମୋଦ ଭଇଁଷା । ମିଳିଥିବା ସୂଚନା ଅନୁସାରେ ହତ୍ୟାକାରୀ ପ୍ରମୋଦଙ୍କ ସହ ନିଜ ପତ୍ନୀ ପାର୍ବତୀଙ୍କ କୌଣସି କାରଣରୁ ଯୁକ୍ତିତର୍କ ହୋଇ ଝଗଡା ହୋଇଥିଲା । ତେବେ ଏଥିରେ ରାଗିଯାଇ ପ୍ରମୋଦ ନିଜ ସ୍ତ୍ରୀ ପାର୍ବତୀଙ୍କ ମଥାରେ ଟାଙ୍ଗିଆରେ ଆଘାତ କରିବାରୁ ସେ ଗୁରତର ହୋଇ ତଳେ ପଡି ଯାଇଥିଲେ । ପରେ ସ୍ତ୍ରୀଙ୍କୁ ସେହି ଅବସ୍ଥାରେ ଛାଡି ପ୍ରମୋଦ କାମଧନ୍ଦା କରିବାକୁ ବାହାରକୁ ଚାଲି ଯାଇଥିଲେ ।

ପରେ ସେ ସନ୍ଧ୍ୟାରେ ଘରକୁ ଆସିବା ପରେ ତାଙ୍କ ସ୍ତ୍ରୀ ମୄତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୋଲିସ ଅଭିଯୋଗ ହେଲାପରେ ଜୁଜୁମୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ଦାୟର କରିଛି । ଏହାସହ ସ୍ବାମୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details