ଓଡିଶା

odisha

ETV Bharat / state

ହସ୍ତକଳା କାରିଗରୀ କିପରି ପାଇବ GI ଟ୍ୟାଗ, ତାଲିମ ନେଲେ କାରିଗର

ହସ୍ତଶିଳ୍ପ ଓ କାରିଗରଙ୍କ ବିକାଶ ପାଇଁ ସମ୍ବଲପୁରରେ ନାବାର୍ଡ ପକ୍ଷରୁ ସଚେତନତା ଓ ତାଲିମ ଶିବିର ଅନୁଷ୍ଠିତ । ଅଧିକ ପଢ଼ନ୍ତୁ

ହସ୍ତକଳା ତାଲିମ ଶିବିର
handicrafts training camp

By

Published : Dec 31, 2022, 10:47 AM IST

ହସ୍ତକଳା କାରିଗର ତାଲିମ ଓ ସଚେତନତା ଶିବିର

ସମ୍ବଲପୁର:ଜିଲ୍ଲାରେ ଅଣକୃଷି କ୍ଷେତ୍ର ହସ୍ତଶିଳ୍ପ, ହସ୍ତକଳା କାରିଗର ଜିଆଇ ଟ୍ୟାଗ ସମ୍ପର୍କିତ ତାଲିମ ଓ ସଚେତନତା ଶିବିର ଅନୁଷ୍ଠିତ । ସମ୍ବଲପୁର ସହର ବୁଢ଼ାରାଜା ସ୍ଥିତ ଏକ ହୋଟେଲରେ ନାବାର୍ଡର ଗ୍ରାମୀଣ ବିକାଶ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ୍ ( Bankers Institute of Rural Development, Kolkata of NABARD) ପକ୍ଷରୁ ଅଣ କୃଷିକ୍ଷେତ୍ର ହସ୍ତଶିଳ୍ପ ଓ ହସ୍ତକଳା କାରୀଗର ଉତ୍ପାଦର ଜିଆଇ ଟ୍ୟାଗ ସମ୍ପର୍କିତ ଏକ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ଧାନ କିଣାରେ ଦୁର୍ନୀତି ନେଇ ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି, ଅଭିଯୋଗକୁ ଉପଜିଲ୍ଲାପାଳଙ୍କ ଖଣ୍ଡନ

ଏହି କାର୍ଯ୍ୟକ୍ରମରେ BIRD, କୋଲକାତାର ସଂଯୁକ୍ତ ନିର୍ଦ୍ଦେଶକ ଅର୍ଚ୍ଚନା ସିଂଙ୍କ ସହ ରାଜ୍ୟ ଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଓଡିଶା ତଥା ବିହାରର କୃଷକ ଉତ୍ପାଦନ ସଂଗଠନ ( Farmers producer Organization)ର ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । କାରିଗରମାନଙ୍କ ବିଭିନ୍ନ ଉତ୍ପାଦର ଜିଆଇ ଟ୍ୟାଗ କିପରି ହୋଇପାରିବ, ଏହାର ଦସ୍ତାବେଜ ପ୍ରକ୍ରିୟାକରଣ ସମ୍ପର୍କରେ ସଚେତନତା କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରରେ ବିହାରର ମଧୁବନି ଜିଲ୍ଲା, ଓଡ଼ିଶାର ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ବରଗଡ଼, ମୟୂରଭଞ୍ଜ, ସୁବର୍ଣ୍ଣପୁର, ଯାଜପୁର, ରାୟଗଡା, ସମ୍ବଲପୁର ଜିଲ୍ଲାର ବିଭିନ୍ନ କାରିଗର ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଭିତ୍ତିଭୂମି ଅଭାବ ସହ ଆରମ୍ଭ ହେଲା PGIMER, ପ୍ରଥମ ପର୍ଯ୍ୟାୟରେ 6ଟି ବିଭାଗ

ନାବାର୍ଡ ସାରା ଦେଶରେ 186 ଜିଆଇ ଉତ୍ପାଦକୁ ସହାୟତା କରି 60 ହଜାରରୁ ଊର୍ଦ୍ଧ୍ବ କରିଗରଙ୍କୁ ସହାୟତା କରିଥିବା ସୂଚନା ଦିଆଯାଇଛି । ଏହା ଓଡିଶାର ସୁବର୍ଣ୍ଣପୁର ଜିଲ୍ଲାର ଟେରାକୋଟା ଓ ଖୋର୍ଦ୍ଧାର ପଟ୍ଟଚିତ୍ର ସମେତ 26 ଉତ୍ପାଦର ଜିଆଇ ପଞ୍ଜିକରଣରେ NABARDର ପ୍ରମୁଖ ଭୂମିକା ଥିବାର ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

For All Latest Updates

TAGGED:

NABARD

ABOUT THE AUTHOR

...view details