ଓଡିଶା

odisha

ପ୍ରେମ ପାଇଁ ଗୋଷ୍ଠୀ ସଂଘର୍ଷ: ୧୦ ଅଟକ, ୨ ସେକ୍ସନ ପୋଲିସ ମୁତୟନ

By ETV Bharat Odisha Team

Published : Aug 23, 2023, 10:07 AM IST

Updated : Aug 23, 2023, 1:34 PM IST

ସମ୍ବଲପୁରରେ ପ୍ରେମ ପାଇଁ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡରେ ଜଣେ ପୋଲିସ କର୍ମୀ ଆହତ । ଅଧିକ ପଢନ୍ତୁ

ପ୍ରେମ ପାଇଁ ଗୋଷ୍ଠୀ ସଂଘର୍ଷ
ପ୍ରେମ ପାଇଁ ଗୋଷ୍ଠୀ ସଂଘର୍ଷ

ପ୍ରେମ ପାଇଁ ଗୋଷ୍ଠୀ ସଂଘର୍ଷ

ସମ୍ବଲପୁର: ପ୍ରେମ ପାଇଁ ମହାଭାରତ । ଯୁବକ-ଯୁବତୀଙ୍କ ପ୍ରେମ ସମ୍ପର୍କ ପାଇଁ ମୁହାଁମୁହିଁ ହେଲେ ଦୁଇ ପଡାବାସୀ । ପ୍ରଥମେ ଗାଳିଗୁଲଜ ଓ ପଥରମାଡ ପରେ ଗୋଷ୍ଠୀ ସଂଘର୍ଷର ବଦଳିଲା ଘଟଣା । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ ହେଲା ପୋଲିସ । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଏମିତି ଘଟଣା ଘଟିଛି ସମ୍ବଲପୁର ସହର କ୍ଷେତରାଜପୁର ଥାନା ଅନ୍ତର୍ଗତ ତାଳଭାଟା ପଡାରେ । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡରେ ଜଣେ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାର ପୋଲିସ ଉଭୟ ପକ୍ଷରୁ ୧୦ ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି । ସ୍ଥାନୀୟ ଅଞ୍ଚଳରେ ୨ ସେକ୍ସନ ପୋଲିସ ମୁତୟନ କାରଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବତୀ ଗତ ସୋମବାର ବିଳମ୍ବିତ ରାତିରେ ନିଜ ପ୍ରେମିକ ଯୁବକଙ୍କୁ ଭେଟିବାକୁ ଯାଇଥିଲେ l ତେବେ ଉଭୟ ପ୍ରେମୀ ଯୁଗଳ କଥା ହେଉଥିବା ବେଳେ ଯୁବତୀଙ୍କ ଭାଇ ସେମାନଙ୍କୁ ଦେଖି ଦେଇଥିଲେ । ଏଥିରେ ରାଗି ଯାଇ ଯୁବତୀଙ୍କ ଭାଇ ଦୁହିଁଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିଲେ । ଏ ସମ୍ପର୍କରେ ଯୁବକ ଜଣକ ତାଙ୍କ ମାମୁଁଙ୍କୁ ଜଣାଇଥିଲେ । ଏହାପରେ ମଙ୍ଗଳବାର ସନ୍ଧ୍ୟାରେ ଯୁବକଙ୍କ ମାମୁଁ ଯୁବତୀଙ୍କ ପଡାକୁ ଆସି ଗାଳିଗୁଲଜ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ସମ୍ବଲପୁରରେ ଗର୍ଜିଲା କୋଶଲ ସେନା, ନୂଆଁଖାଇ ପାଇଁ 3ଦିନ ସରକାରୀ ଛୁଟି ଦାବି

ଏହାକୁ ନେଇ ମଙ୍ଗଳବାର ବିଳମ୍ବିତ ରାତିରେ ଉଭୟ ପଡାର ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ବିଳମ୍ବିତ ରାତିରେ ଘଟଣାଟି ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିଲା । ତେବେ ପଥରମାଡ଼ରେ ଉଭୟ ପକ୍ଷର ଏକାଧିକ ଲୋକ ଆହତ ହୋଇଥିବା ବେଳେ ଜଣେ ପୋଲିସ ମଧ୍ୟ ଆହତ ହୋଇଛନ୍ତି । ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଘଟଣାସ୍ଥଳରେ ୨ ସେକ୍ସନ ପୋଲିସ ମୁତୟନ ହୋଇଛନ୍ତି । ଏହି ପଥରମାଡ ଘଟଣାରେ ଉଭୟ ପକ୍ଷର ୧୦ ଜଣ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି l

ଏହାମଧ୍ୟ ପଢନ୍ତୁ: Cross- Border Love Story: ଭାରତୀୟ ଯୁବକଙ୍କ ପ୍ରେମରେ ସାଉଥ କୋରିଆ ଯୁବତୀ, କହିଲେ ଆଇ ଲଭ୍‌ ଇଣ୍ଡିଆ

ଇଟିଭି ଭାରତ, ସମ୍ବଲପୁର

Last Updated : Aug 23, 2023, 1:34 PM IST

ABOUT THE AUTHOR

...view details