ସମ୍ବଲପୁର: ଗତକାଲି(ମଙ୍ଗଳବାର) ସ୍ପଷ୍ଟ ଦିବାଲୋକରେ ସମ୍ବଲପୁର ଵୈଦନାଥ ଛକ ନିକଟରେ ଥିବା ଏକ ସୁନା ଗହଣା ଦୋକାନରେ କଳାକନା ବୁଲାଇଛନ୍ତି ଲୁଟେରା । ଅପରାହ୍ନ ପ୍ରାୟ ୧ଟା ୪୦ ମିନିଟ ସମୟରେ ସହରର ଵୈଦନାଥ ଛକ ନିକଟସ୍ଥ ମୁନ୍ଦ୍ରା ଜୁଏଲର୍ସ ଠାରେ ଗ୍ରାହକ ବେଶରେ ଲୁଟେରା ଆସି ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟ କରିଦେଇଥିବା ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଦିନ ଦ୍ବିପ୍ରହରରେ ସୁନା ଦୋକାନରୁ ଲୁଟ, CCTVରେ ଭିଡିଓ କଏଦ ପୋଲିସରେ ଦିଆଯାଇଥିବା ଅଭିଯୋଗ ମୁତାବକ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ସ୍କୁଟିରେ ମଙ୍ଗଳବାର ଦିନ ୧ଟା ୪୦ ରେ ଜୁଏଲର୍ସରେ ପହଞ୍ଚି ଦୋକାନରୁ ସୁନା କିଣିବା ବାହାନାରେ ଆସି ୩୦୦ ଗ୍ରାମ ସୁନା ଥିବା ଏକ ଗହଣା ବାକ୍ସକୁ ସାଥିରେ ଧରି ଫେରାର ହୋଇଯାଇଥିଲା ।
ପରେ ସୁନା ଦୋକାନୀ ଜଣକ ଏନେଇ ଜାଣିବା ପରେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଗହଣା ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲୁଟ ହୋଇଥିବା ସୁନା ଗହଣାର ଆନୁମାନିକ ମୁଲ୍ୟ ୧୦ ରୁ 15 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତେବେ ଦୋକାନକୁ ଗ୍ରାହକ ବେଶରେ ଆସିଥିବା ଲୁଟେରା ଜଣକ ଟୋପି ପିନ୍ଧିଥିବା ବେଳେ ଲୁଟେରାର ଗହଣା ଦୋକାନ ବାହାରେ ଛିଡା ହୋଇଥିବା ଅନ୍ୟ ସହଯୋଗୀ ଜଣକ ହେଲେମେଟ ପିନ୍ଧିଥିବା ଜଣାପଡିଛି ।
ଏନେଇ ଲୁଟର ସବୁ ଲାଇଭ ଘଟଣା CCTV ରେ କଏଦ ହୋଇଛି । ପୋଲିସ CCTV ଭିଡିଓ ଯାଞ୍ଚ କରୁଛି।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ