ଓଡିଶା

odisha

ETV Bharat / state

ଏଥର ଦଶହରାରେ ରୂପା ପରଭାରେ ଶୋଭା ପାଇବେ ମା' ସମଲେଶ୍ୱରୀ

100 କିଲୋ ରୂପା ପରଭାରେ ଶୋଭା ପାଇବେ ମା' ସମଲେଶ୍ବରୀ । ଭକ୍ତମାନେ ମୁକ୍ତ ହସ୍ତରେ ଦାନ କରିଥିବା ଟଙ୍କାରେ ରୂପାର ପରଭା ତିଆରି ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

By

Published : Mar 27, 2023, 8:26 PM IST

maa samaleswari to adorn chandi medha
ଦଶହରାରେ ରୂପା ପରଭାରେ ଶୋଭା ପାଇବେ ସମଲେଶ୍ୱରୀ

ଏଥର ଦଶହରାରେ ରୂପା ପରଭାରେ ଶୋଭା ପାଇବେ ମା ସମଲେଶ୍ୱରୀ

ସମ୍ବଲପୁର: ଆସନ୍ତା ଦଶହରାରେ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ନିକଟରେ ଶୋଭା ପାଇବ ରୂପା ନିର୍ମିତ ପରଭା ବା ମେଢ । ପୂର୍ବରୁ ଏହି ପରଭା ନର୍ମାଣ ସକାଶେ ଭକ୍ତଙ୍କୁ ମୁକ୍ତ ହସ୍ତରେ ଦାନ କରିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଥିଲା । ସେହି ସମୟରୁ ଭକ୍ତମାନେ ରୂପା ଓ ଟଙ୍କା ଆକାରରେ ଦାନ ଦେଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ମା' ସମଲେଶ୍ୱରୀ ଦଶହରା ପୂଜା କମିଟି ତରଫରୁ ପରଭା ନିର୍ମାଣ ପାଇଁ 10 ଲକ୍ଷ 11 ହଜାର 111 ଟଙ୍କାର ଏକ ଚେକ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ପ୍ରଦାନ କରାଯାଇଛି ।

ରୂପା ପରଭା ନିର୍ମାଣ ପାଇଁ ଆସନ୍ତା ଏପ୍ରିଲ ମାସରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି । ମା'ଙ୍କ ରୂପା ପରଭା ନିର୍ମାଣ ପାଇଁ 80 କିଲୋଗ୍ରାମରୁ 100 କିଲୋଗ୍ରାମର ରୂପା ଆବଶ୍ୟକ ରହିଥିବା ବେଳେ, ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଟଙ୍କା ଓ ରୂପାକୁ ମିଶାଇଲେ 48 କେଜିର ରୂପା ଟ୍ରଷ୍ଟ ବୋର୍ଡ ପାଖରେ ରହିଥିବା ସୂଚନା ଦିଆଯାଇଛି । ଏବେ ମଧ୍ୟ ଆହୁରି ରୂପାର ଆବଶ୍ୟକତା ରହିଛି । ସେହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭକ୍ତଙ୍କୁ ରୂପା ଦାନ ପାଇଁ ଅନୁରୋଧ କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ।

ମା' ସମଲେଶ୍ୱରୀ ଦଶହରା ପୂଜା କମିଟିର ସଦସ୍ୟମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ୍‌ଙ୍କ ଉପସ୍ଥିତିରେ ଟ୍ରଷ୍ଟ ବୋର୍ଡ ସଭାପତିଙ୍କୁ ଏହି ଅର୍ଥ ରାଶିର ଚେକ ପ୍ରଦାନ କରିଛନ୍ତି । ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ କହିଛନ୍ତି ଯେ, "ବ୍ୟକ୍ତିଗତ ଭାବେ ମା'ଙ୍କ ଏହି କାର୍ଯ୍ୟ ପାଇଁ ଚେଷ୍ଟା କରିବି ଓ ସମସ୍ତେ ମଧ୍ୟ ବ୍ୟକ୍ତିଗତ ଭାବେ ମା' ସମଲେଶ୍ୱରୀଙ୍କ ରୂପା ପରଭା ନିର୍ମାଣ ପାଇଁ ସାହାଯ୍ୟ କରନ୍ତୁ । "ମା' ସମଲେଶ୍ୱରୀଙ୍କ ରୂପା ପରଭା ନିର୍ମାଣ ପାଇଁ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ତରଫରୁ ଅନଲାଇନ ଦାନ ଗ୍ରହଣର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେକୌଣସି ଭକ୍ତ ମୁକ୍ତ ହସ୍ତରେ ମା'ଙ୍କ ରୂପା ପରଭା ତିଆରି ପାଇଁ ସହାୟତା କରିପାରିବେ ।" ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ଏକାଉଣ୍ଟ ନମ୍ବର 516226659 IFSC CODE IDIBOO0S049 ରେ ଦାନ ଦେବା ପାଇଁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details