ଓଡିଶା

odisha

ETV Bharat / state

ଅଧ୍ୟାପକ ବଦଳିକୁ ନେଇ ଜିଏମ ଜୁନିଅର କଲେଜରେ ଛାତ୍ର ଅଶାନ୍ତି - student protest for teacher tranfer

ସମ୍ବଲପୁର ଜିଏମ ଯୁକ୍ତ 2 ଜୁନିଅର କଲେଜରେ ଦେଖାଯାଇଛି ଛାତ୍ର ଅଶାନ୍ତି । ହଠାତ୍ କଲେଜର 8 ଜଣ ଅଧ୍ୟାପକଙ୍କୁ ବଦଳି କରାଯାଇଛି । ଯାହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଅଧ୍ୟାପକ ବଦଳିକୁ ନେଇ ଜିଏମ ଜୁନିୟର କଲେଜରେ ଛାତ୍ର ଅଶାନ୍ତି

By

Published : Oct 17, 2019, 4:54 PM IST

ସମ୍ବଲପୁର: ଅଧ୍ୟାପକ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ । ଏକାସାଙ୍ଗରେ 8 ଜଣ ଅଧ୍ୟାପକଙ୍କ ବଦଳିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମ୍ବଲପୁରର ଜିଏମ ଯୁକ୍ତ 2 ଜୁନିୟର କଲେଜର ଛାତ୍ରଛାତ୍ରୀ । କଲେଜ ମୁଖ୍ୟ ଗେଟ୍ ତାଲା ପକାଇବା ସହ ପ୍ରାୟ ଘଣ୍ଟାଏ ଧରି କଲେଜ ସମ୍ମୁଖରେ ହୋହାଲ୍ଲା କରିଥିଲେ ।

ଅଧ୍ୟାପକ ବଦଳିକୁ ନେଇ ଜିଏମ ଜୁନିୟର କଲେଜରେ ଛାତ୍ର ଅଶାନ୍ତି

ଏହି କଲେଜରେ 9ଟି ଅଧ୍ୟାପକ ପଦବି ଖାଲି ପଡିଥିବା ବେଳେ ପୁଣି 8 ଜଣ ଅଧ୍ୟାପକଙ୍କୁ ବିନା ରିଲିଭରରେ ବଦଳି କରାଯାଇଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଗୁରୁବାର ଛାତ୍ରଛାତ୍ରୀ ମାନେ ଜିଏମ କଲେଜ ମୁଖ୍ୟ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ । କିଛି ସମୟ ପାଇଁ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଆଗକୁ ପରୀକ୍ଷା ଥିବାରୁ ହଠାତ୍‌ ଏହି ବଦଳି ଛାତ୍ରଛାତ୍ରୀଙ୍କ ପାଠପଢାକୁ ପ୍ରଭାବିତ କରିବ ବୋଲି ସେମାନେ କହିଛନ୍ତି । ଏଥିପାଇଁ ବଦଳିକୁ ରଦ୍ଦ କରିବାକୁ ଜିଦ୍‌ରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ କରିଛି ପଶ୍ଚିମଞ୍ଚଳ ଏକତା ମଞ୍ଚ । ସଙ୍ଗଠନ ପକ୍ଷରୁ ଏକ ଜିଲ୍ଲାପାଳଙ୍କୁ ଏନେଇ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details