ଓଡିଶା

odisha

By

Published : Oct 20, 2019, 6:54 AM IST

ETV Bharat / state

ଜିଏମ କଲେଜ ଛାତ୍ର ଆନ୍ଦୋଳନ: ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଜିଏମ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଜିଏମ ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆସନ୍ତା 7 ଦିନ ପାଇଁ ସ୍ଥଗିତ ରଖାଯାଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି । 8 ଜଣ ଅଧ୍ୟାପକଙ୍କ ବଦଳି ପ୍ରତିବାଦରେ ଏହି ଆନ୍ଦୋଳନ ଗତ 3 ଦିନ ଧରି ଚାଲୁଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଆଜି ମଧ୍ୟ କଲେଜର ଛାତ୍ରଛାତ୍ରୀମାନେ ଜିଏମ କଲେଜର ମୁଖ୍ୟ ଗେଟରେ ତାଲା ପକାଇବା ସହ ଚର୍ଚ୍ଚ ଛକରେ ପ୍ରାୟ 2 ଘଣ୍ଟା ଧରି ରାସ୍ତା ରୋକ କରିଥିଲେ । ଏହି ଆନ୍ଦୋଳନକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ରେଙ୍ଗାଲି ବିଧାୟକ ନାଉରୀ ନାଏକ ସମର୍ଥନ କରିଥିଲେ । ପରେ ଏହି ପ୍ରସଙ୍ଗ ନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଳାପାଳଙ୍କ ଅଫିସରେ ଏକ ବୈଠକ କରାଯାଇଥିଲା । ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ପକ୍ଷରୁ 7 ଦିନ ସମୟ ମଗାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ । 7 ଦିନ ଭିତରେ ଦାବି ପୂରଣ ନ ହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details