ଓଡିଶା

odisha

ETV Bharat / state

ଟ୍ରେନରୁ ଯୁବତୀକୁ ଉଦ୍ଧାର କଲା ଆରପିଏଫ: 8 ଅଟକ, ତଦନ୍ତ ଜାରି - Girl rescue from jharsuguda railway station

ଝାରସୁଗୁଡା ରୋଡ଼ ଷ୍ଟେସନରୁ ଜଣେ ଯୁବତୀକୁ ଉଦ୍ଧାର କରିଛି ସମ୍ବଲପୁର ଆରପିଏଫ । ଯୁବତୀ ସହିତ 8 ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଟ୍ରେନରୁ ଯୁବତୀକୁ ଉଦ୍ଧାର କଲା ଆରପିଏଫ

By

Published : Nov 14, 2019, 9:54 AM IST

ସମ୍ବଲପୁର: ଝାରସୁଗୁଡା ରୋଡ଼ ଷ୍ଟେସନରେ ଜଣେ ଯୁବତୀକୁ ସମ୍ବଲପୁର ଆରପିଏଫ ଉଦ୍ଧାର କରିଛି । ଯୁବତୀ ସହିତ ଥିବା ଆହୁରି 8 ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାନୁଯାୟୀ, ସମ୍ବଲପୁରର ଜଣେ ଯୁବତୀକୁ ମଧ୍ୟପ୍ରଦେଶକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଗତକାଲି ସମ୍ବଲପୁର ଆରପିଏଫ ଏକ ଫୋନ କଲ ପାଇ ଝାରସୁଗୁଡା ରୋଡ଼ ଷ୍ଟେସନରୁ ପୁରୀ-ବିକାନେର ଟ୍ରେନରୁ ଏହି ଯୁବତୀକୁ ଉଦ୍ଧାର କରିଥିଲେ । ଯୁବତୀ ଜଣକ ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଅଞ୍ଚଳର ହୋଇଥିବାରୁ ଆରପିଏଫ ବୁର୍ଲା ପୋଲିସକୁ ଏହି ମାମଲାକୁ ହସ୍ତାନ୍ତର କରିଛି । ବର୍ତ୍ତମାନ ବୁର୍ଲା ପୋଲିସ ଯୁବତୀର ସମ୍ପର୍କୀୟଙ୍କୁ ଡକାଇ ଘଟଣାର ତଦନ୍ତ କରୁଛି ।

ଟ୍ରେନରୁ ଯୁବତୀକୁ ଉଦ୍ଧାର କଲା ଆରପିଏଫ

ତେବେ ଅଭିଯୁକ୍ତ ପକ୍ଷ ଯୁବତୀକୁ ବିବାହ କରି ଘରକୁ ନେଉଥିବାର କହୁଥିବାବେଳେ ଝିଅର ସମ୍ପର୍କୀୟ ଲୋକେ ଝିଅଟି ନାବାଳିକା ଓ ତାକୁ ବିବାହ କରାଯାଇନି ବୋଲି କହୁଥିବା ଜଣାପଡିଛି । ଯୁବତୀ ଜଣଙ୍କ କେଉଁ ପରିସ୍ଥିତିରେ ଟ୍ରେନରେ ଆସିଲେ ଓ କେଉଁ ସ୍ଥାନକୁ ତାଙ୍କୁ ନିଆଯାଉଥିଲା, ପ୍ରକୃତରେ ତାଙ୍କର ବିବାହ ହୋଇଛି ନା ନାହିଁ ଏ ସମସ୍ତ ସମ୍ବନ୍ଧରେ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details