ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଆଜି ସକାଳ 11ଟା ସମୟରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦର ଲେଫ୍ଟ ଡାଇକ ପଟୁ ପ୍ରଥମେ 7 ନମ୍ବର ସ୍ଲୁଇସ ଗେଟ (sluice gate) ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଛି । ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ଥର ବୃଦ୍ଧି ପାଇବା ପରେ ଆଜି ହୀରାକୁଦର 5ଟି ଗେଟ ଖୋଲାଯାଇଛି ।
ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ, ପର୍ଯ୍ୟାୟ କ୍ରମେ ଖୋଲିଲା 5ଟି ଗେଟ - ଖୋଲିଲା ହୀରାକୁଦ ଗେଟ
ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ଆଜି ସକାଳ 11ଟା ସମୟରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ହୀରାକୁଦର 5ଟି ଗେଟ ଖୋଲାଯାଇଛି । ଅଧିକ ପଢ଼ନ୍ତୁ
ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ, ପର୍ଯ୍ୟାୟ କ୍ରମେ ଖୋଲିଲା 5ଟି ଗେଟ
ହୀରାକୁଦ ଛାଡ଼ିଲା ପ୍ରଥମ ବନ୍ୟାଜଳ
କର୍ଭ ରୁଲ ଅନୁସାରେ ହୀରାକୁଦର ଜଳସ୍ତର 605 ଫୁଟ ରହିବା କଥା ତେବେ ବର୍ତ୍ତମାନ ଜଳସ୍ତର 613 ଫୁଟ ଥିବାରୁ ହ୍ରାସ କରିବାକୁ ଗେଟ ଖୋଲାଯାଇଛି । ଲେଫ୍ଟ ଡାଇକରେ 3ଟି ଖୋଲାଯାଇଥିବାବେଳେ ରାଇଟ ଡାଇକରେ 2ଟି ଗେଟ ଖୋଲାଯାଇଛି । ପରିସ୍ଥିତିକୁ ଦେଖି ଗେଟ ପରିଚାଳନା କରାଯିବ ବୋଲି ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସମ୍ବଲପୁର
Last Updated : Jul 18, 2022, 1:24 PM IST