ସମ୍ବଲପୁର: କୁଚିଣ୍ଡା ଅଞ୍ଚଳରେ ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଘଟିଛି ଘଟଣା। ସୋମବାର ଦିନ ୧୦ ଟା ସମୟରେ ଜଣେ ୪୦ ବର୍ଷୀୟା ମହିଳା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଜଙ୍ଗଲ ରାସ୍ତା ଦେଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଗାଁ ନିକଟରେ ଦୁଇଜଣ ବ୍ୟକ୍ତି ଜୋର ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ମହିଳାଙ୍କ ସହ ଗଣଦୁଷ୍କର୍ମ, 2 ଗିରଫ - ସମ୍ବଲପୁର
କୁଚିଣ୍ଡା ଅଞ୍ଚଳରେ ମହିଳାଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଘଟିଛି ଘଟଣା। ଅଧିକ ପଢନ୍ତୁ...

ମହିଳାଙ୍କ ସହ ଗଣଦୁଷ୍କର୍ମ, 2 ଗିରଫ
ତେବେ ମହିଳା ଜଣକ ଘରକୁ ଫେରି ଲଜ୍ୟାବଶତଃ କାହାକୁ କିଛି କହି ନଥିଲେ। ତେବେ ତାଙ୍କ ଦେହ ଖରାପ ହେବାରୁ ବାଧ୍ୟ ହୋଇ ପରିବାର ଲୋକଙ୍କୁ କହିବାରୁ ପରିବାର ଲୋକ ତାଙ୍କୁ ପ୍ରଥମେ କୁଚିଣ୍ଡା ଡାକ୍ତରଖାନାକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସେଠାରେ ସତ କଥା ଜଣା ପଡିଥିଲା। ତେବେ ବୁଧବାର ପରିବାର ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ ପରେ ଆଜି(ଗୁରୁବାର) ପୋଲିସ ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି।
ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ