ଓଡିଶା

odisha

ETV Bharat / state

ଭୋକିଲା ରହିବେନି ଅସହାୟ: ସମ୍ବଲପୁରରେ ଫ୍ରି ଫୁଡ଼ ଏଟିଏମ୍‌ - ଫ୍ରି ଫୁଡ଼ ଏଟିଏମ

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଖୋଲିଛି ଏକ ଫ୍ରି ଫୁଡ଼ ଏଟିଏମ। ଗରିବଙ୍କ କ୍ଷୁଧା ନିବାରଣର ଉଦ୍ଦେଶ୍ୟରେ ଏହାକୁ ଖୋଲିଛି ସମ୍ବଲପୁରର ଏକ ସ୍ବେଛାସେବୀ ଅନୁଷ୍ଠାନ।

ଭୋକିଲା ରହିବେନି ଅସହାୟ: ସମ୍ବଲପୁରରେ ଫ୍ରି ଫୁଡ଼ ଏଟିଏମ୍‌

By

Published : Nov 13, 2019, 10:16 PM IST

ସମ୍ବଲପୁର: ଏଟିଏମ । Automated Teller Machine । ଅର୍ଥାତ ଯେକୌଣସି ସ୍ଥାନରୁ ଯେକୌଣସି ସମୟରେ ଟଙ୍କା ଉଠାଇପାରିବେ । ମାତ୍ର ଭାବିଲେ ଯଦି ଏପରି କିଛି ଏଟିଏମ ଥାଆନ୍ତା ଯାହା ଭୋକିଲା ପେଟର ଭୋକ ମେଣ୍ଟାଇପାରନ୍ତା। ଅର୍ଥାତ ସେହି ଏଟିଏମରୁ ଟଙ୍କା ପରିବର୍ତ୍ତେ ଖାଦ୍ୟ ବାହାରନ୍ତା। ଏହାକୁ ସତ କରି ଦେଖାଇଛନ୍ତି ସମ୍ବଲପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ।

ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଖୋଲିଛି ଏକ ଫ୍ରି ଫୁଡ଼ ଏଟିଏମ। ଗରିବଙ୍କ କ୍ଷୁଧା ନିବାରଣର ଉଦ୍ଦେଶ୍ୟରେ ଏହାକୁ ଖୋଲିଛି ସମ୍ବଲପୁରର ଏକ ସ୍ବେଛାସେବୀ ଅନୁଷ୍ଠାନ। ଏଠାରେ ଥିବା ଏକ ବଡ଼ ଫ୍ରିଜର ଘରର ବଳକା ଖାଦ୍ୟକୁ ଫୋଫଡ଼ିବା ପରିବର୍ତ୍ତେ ଲୋକଙ୍କୁ ଏଥିରେ ରଖିବାକୁ କୁହାଯାଇଛି । ଫଳରେ ଭୋକିଲା, ଅସହାୟ ଲୋକେ ଏଠାରୁ ଆବଶ୍ୟକ ସମୟରେ ଖାଦ୍ୟ ସଂଗ୍ରହ କରିପାରିବେ । ଆଉ ତାହା ପୁଣି ବିନା କୌଣସି ଦେୟରେ ।

ସମ୍ବଲପୁରରେ ମାଗଣା ଫୁଡ଼ ଏଟିଏମ । ଏଥିରେ କେବଳ ନିରାମିଷ ଖାଦ୍ୟ ରଖାଯିବ । ଏହାକୁ ସ୍ଥାପିତ କରିବାରେ ସହାୟତା କରିଛି ସମ୍ବଲପୁର ମହାନଗର ନିଗମ । ବାହାଘର ଭୋଜି ହେଉ କି ଘରେ ବଳି ଯାଉଥିବା ଖାଦ୍ୟକୁ ନଫୋପାଡ଼ି ଏଠାରେ ରଖି ଦେବାକୁ ଅନୁରୋଧ କରାଯାଇଛି । ଯାହାଫଳରେ କୌଣସି ଗରିବ ଲୋକ ଏହାକୁ ଖାଇପାରିବ । ସମ୍ବଲପୁରର ବଡ଼ ବଡ଼ ହୋଟେଲକୁ ମଧ୍ୟ ଅନୁରୋଧ କରାଯାଇଛି ଏଠାରେ ବଳକା ଖାଦ୍ୟ ରଖିବା ପାଇଁ ।

ଭୋକିଲା ରହିବେନି ଅସହାୟ: ସମ୍ବଲପୁରରେ ଫ୍ରି ଫୁଡ଼ ଏଟିଏମ୍‌

ତେବେ ଏହା ପୂର୍ବରୁ ସମ୍ବଲପୁରର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ଏମିତି ଏକ ଫୁଡ଼ ଏଟିଏମ ଖୋଲାଯାଇଛି । ଏହି ଫୁଡ଼ ଏଟିଏମକୁ ଗୋଟିଏ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବଇଚ୍ଛା ସମ୍ପୂର୍ଣ୍ଣ ଭାବେ ନିଜ ଖର୍ଚ୍ଚରେ କରିଥିବା ବେଳେ ଏଥିରେ ଏସଏମସିର ଲୋଗୋ ଲଗାଯାଇଥିବାରୁ କିଛି ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details