ସମ୍ବଲପୁର: ଶୁକ୍ରବାର ସକାଳୁ ସମ୍ବଲପୁରର 2ଟି ବେଆଇନ କରତ କଳ ଉପରେ ବନ ବିଭାଗର ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ହୋଇଛି।
ବନବିଭାଗ ପଞ୍ଝାରେ ବେଆଇନ କରତ କଳ , ମୂଲ୍ୟବାନ କାଠ ଜବତ - ସମ୍ବଲପୁରର 2 ବେଆଇନ କରତ କଳରେ ଚଢାଉ
ଶୁକ୍ରବାର ସକାଳୁ ସମ୍ବଲପୁରରେ 2ଟି ବେଆଇନ କରତ କଳ ଉପରେ ଅଚାନକ ଚଢ଼ାଉ କରିଛି ବନ ବିଭାଗ । ଚଢ଼ାଉ ସମୟରେ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ ହୋଇଛି।
ଫଟୋ ସୌଜନ୍ୟ-ସମ୍ବାଦଦାତା,ସମ୍ବଲପୁର
ଭିଡିଓ ସୌଜନ୍ୟ-ସମ୍ବାଦଦାତା,ସମ୍ବଲପୁର
ସହରର ପାଟନେଶ୍ବରୀ ମନ୍ଦିର ନିକଟସ୍ଥ ଗୋଟିଏ କରତକଳ ଓ ରେମେଡ ଛକ ନିକଟରେ ଥିବା ଅନ୍ୟ ଏକ କରତ କଳ ଉପରେ ବନ ବିଭାଗର ସ୍ଵତନ୍ତ୍ର ଟିମ ଚଢ଼ାଉ କରିଥିଲେ । ଲଗାତାର ଏଠାରେ ଚଢାଉ ପରେ ମଧ୍ୟ ବେଆଇନ କାଠ କାରବାର ବଢିଚାଲିଛି । ଏଥିପାଇଁ ପ୍ରତି 15 ଦିନ ବ୍ୟବଧାନରେ ଏପରି ଚଢାଉ ଜାରି ରହିବ ବୋଲି ବନ ବିଭାଗ ଅଧିକାରୀ ଲଳିତ କୁମାର ପାତ୍ର କହିଛନ୍ତି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ