ଓଡିଶା

odisha

ETV Bharat / state

ଜଙ୍ଗଲ ସୁରକ୍ଷା ଚିନ୍ତା, ଜଙ୍ଗଲ ଉପରେ ନିର୍ଭର ବ୍ୟକ୍ତିଙ୍କୁ ନିଯୁକ୍ତି ତାଲିମ ଦେଉଛି ବନବିଭାଗ - ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୁରକ୍ଷା

ଜଙ୍ଗଲ ସୁରକ୍ଷା ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଉପରେ ନିର୍ଭର କରିଥାଏ। ଜଙ୍ଗଲକୁ ପ୍ରତ୍ୟେକ୍ଷ ଅଥବା ପରୋକ୍ଷ ରେ ସୁରକ୍ଷା ଦିଅନ୍ତି। ତେଣୁ ଏହିଭଳି ଲୋକଙ୍କୁ ଆର୍ଥିକ ସ୍ଵଚ୍ଛଳ ଓ ସ୍ବାବଲମ୍ବୀ କରିବାକୁ ବନ ବିଭାଗ ଦେଉଛି ନିଯୁକ୍ତି ଭିତ୍ତିକ ତାଲିମ। ଅଧିକ ପଢନ୍ତୁ

ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ଦେଉଛି ବନ ବିଭାଗ
ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ଦେଉଛି ବନ ବିଭାଗ

By

Published : Nov 30, 2022, 11:01 AM IST

ସମ୍ବଲପୁର: ପୃଥିବୀରେ ଗ୍ଲୋବାଲ ଓ୍ବାର୍ମିଂ ଓ ବଡ ପ୍ରସଙ୍ଗ ଅଟେ। ପରିବେଶ ସୁରକ୍ଷା ଓ ପାଗ ପରିବର୍ତ୍ତନ ରୋକିବା ପାଇଁ ଜଙ୍ଗଲ ସୁରକ୍ଷା ଅପରିହାର୍ଯ୍ୟ ହୋଇଯାଇଛି । ଅନ୍ୟପଟେ ଜଙ୍ଗଲ ସୁରକ୍ଷା ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଉପରେ ନିର୍ଭର କରିଥାଏ। କାରଣ ଏହି ଲୋକମାନେ ଜଙ୍ଗଲକୁ ପ୍ରତ୍ୟେକ୍ଷ ଅଥବା ପରୋକ୍ଷରେ ସୁରକ୍ଷା ଦିଅନ୍ତି । ତେଣୁ ଏହିଭଳି ଲୋକଙ୍କୁ ଆର୍ଥିକ ସ୍ଵଚ୍ଛଳ ଓ ସ୍ବାବଲମ୍ବୀ କରିବାକୁ ବନ ବିଭାଗ ଦେଉଛି ନିଯୁକ୍ତି ଭିତ୍ତିକ ତାଲିମ ।

ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ଦେଉଛି ବନ ବିଭାଗ

ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୁରକ୍ଷା ନିହାତି ଜରୁରୀ । ଆଉ ଜଙ୍ଗଲକୁ ସୁରକ୍ଷିତ ରଖିବାକୁ ହେଲେ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ସହଯୋଗ ନିହାତି ଜରୁରୀ । ଏଥିପାଇଁ ବର୍ତ୍ତମାନ ସମ୍ବଲପୁର ବନ ବିଭାଗ ଜଙ୍ଗଲ ସୁରକ୍ଷା ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଜଙ୍ଗଲର ସୁରକ୍ଷା,ଉନ୍ନତି ଓ ଅଭିବୃଦ୍ଧି କରିବାକୁ ଏବେ ଜଙ୍ଗଲ ଉପରେ ନିର୍ଭରଶୀଳ ବନ ସୁରକ୍ଷା ସମିତିର ବେକାର ଯୁବକମାନଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ମାଗଣାରେ ଯୋଗାଉଛି ।

ଏମାନଙ୍କୁ ବର୍ତ୍ତମାନ ମୋଟର ସାଇକେଲ ରିପେୟାରିଂର ତାଲିମ ଦେଉଛି ବନ ବିଭାଗ । କାରଣ ଏହି ଯୁବକ ମାନେ ବେକାର ହୋଇ ରହିଲେ କୁସଙ୍ଗତ ପଡି ପଥଭ୍ରଷ୍ଟ ହେବାର ହେବାର ସମ୍ଭାବନା ରହିଛି । ଜଙ୍ଗଲ ବା କାଠ ମାଫିଆ ମାନେ ମଧ୍ୟ ଏହିଭଳି ଯୁବକଙ୍କ ବେକାରୀ ସମସ୍ୟାର ସୁଯୋଗ ନେଇ ଜଙ୍ଗଲ ନଷ୍ଟ କରନ୍ତି । ତେଣୁ ଏହି ଭଳି ଯୁବକ ମାନଙ୍କୁ ବର୍ତ୍ତମାନ ମୋଟର ସାଇକେଲ ରିପେୟାରିଂର ମାଗଣା ତାଲିମ ଦେଉଛି ବନ ବିଭାଗ ।

ଯୁବକ ମାନଙ୍କୁ ମୋଟର ସାଇକେଲ ମରାମତିର ସବୁ କୌଶଳ ଜଣେ ସ୍ବୀକୃତି ପ୍ରାପ୍ତ ଟ୍ରେନର ଦେଉଛନ୍ତି । କେବଳ ତାଲିମ ଦିଆଯାଉ ନାହିଁ ତାଲିମ ମିଳିବା ପରେ ସେମାନେ କିପରି ଗ୍ୟାରେଜ ଖୋଲିବେ ସେଥିପାଇଁ ଋଣ କିପରି ମିଳିବ, ବ୍ୟାଙ୍କ ଲିଙ୍କେଜ କିପରି ହେବ ସେନେଇ ମଧ୍ୟ ସହଯୋଗ କରୁଛି ବନ ବିଭାଗ । ଏହିଭଳି ଭାବରେ ଭାବରେ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନ ଜୀବିକା କିପରି ଉନ୍ନତି ହେବ ଓ ଜଙ୍ଗଲ ସୁରକ୍ଷା କିଭଳି ହେବ ସେନେଇ ସମ୍ବଲପୁର ଡିଏଫଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ତାଲିମ ପ୍ରଦାନ କରାଯାଉଛି ।

ବର୍ତ୍ତମାନ ଜଙ୍ଗଲ ସୁରକ୍ଷା ପାଇଁ ସମ୍ବଲପୁର ବନ ବିଭାଗର ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ଜିଲ୍ଲାର ବିଭିନ୍ନ ବନ ସୁରକ୍ଷା ସମିତିର ଯୁବକ ମାନେ ସ୍ବାଗତ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details