ସମ୍ବଲପୁର: ଜେଲରେ ମିଳିବ ତାଜା ଅସଲି ବେସନ, ହଳଦୀ ଅଟା ଓ ଛତୁଆ। ଆଜି ଏହିପରି ଏକ ବିକ୍ରୟ କେନ୍ଦ୍ରକୁ ସମ୍ବଲପୁର ମଣ୍ଡଳ କାରାଗାରର ଅଧୀକ୍ଷକ ବୀରେନ ସାହୁ ଉଦଘାଟନ କରିଛନ୍ତି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଭେଜାଲ ସାମଗ୍ରୀ ଧରା ପଡୁଥିବା ବେଳେ ଲୋକେ ତେଜରାତି ସାମଗ୍ରୀ କିଣିବାକୁ ଭୟ କରୁଛନ୍ତି ।
ଜେଲରେ ମିଳିବ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ, ଉଦଘାଟିତ ହେଲା ବିକ୍ରୟକେନ୍ଦ୍ର - sambalpur district jail news
ଜେଲରେ ମିଳିବ ତାଜା ଅସଲି ବେସନ, ହଳଦୀ ଅଟା ଓ ଛତୁଆ । ଅଧିକ ପଢନ୍ତୁ...

ଜେଲରେ ମିଳିବ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ
ଜେଲରେ ମିଳିବ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ
ତେବେ ବର୍ତ୍ତମାନ ସମ୍ବଲପୁର ଜେଲରେ ଅସଲି ବେସନ, ଅଟା, ଛତୁଆ, ହଳଦୀ ଉପଲବ୍ଧ ହେବ । ଏଥିପାଇଁ ଏକ ବିକ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସମ୍ବଲପୁର ଜେଲର ଅନ୍ତେବାସୀଙ୍କ ଦ୍ଵାରା ଏହି ସବୁ ସାମଗ୍ରୀ ପ୍ରସ୍ତୁତ ହେଉଛି । ଏହାର ଗୁଣବତ୍ତା ଉପରେ କୌଣସି ଆଶଙ୍କା ନାହିଁ ବୋଲି ସମ୍ବଲପୁର ମଣ୍ଡଳ କାରାଗାରର ଅଧୀକ୍ଷକ କହିଛନ୍ତି । ଆଗକୁ ଆହୁରି ଏମିତି ଅନେକ ପ୍ରକାର ସାମଗ୍ରୀ ଏଠାରେ ଉପଲବ୍ଧ ହେବ ବୋଲି ମଣ୍ଡଳ କାରାଗାରର ଅଧୀକ୍ଷକ ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ