ଓଡିଶା

odisha

ETV Bharat / state

ସମ୍ବଲପୁର ଲୋକମହୋତ୍ସବରେ ଲୋକନୃତ୍ୟ, ଆକର୍ଷଣ ପାଲଟିଲେ ଥାଇଲାଣ୍ଡ କଳାକାର - folk dance performance

Sambalpur Lok Mahotsav: ଉଦଘାଟିତ ହୋଇଛି 'ସମ୍ବଲପୁର ଲୋକମହୋତ୍ସବ ୨୦୨୪' । ପ୍ରଥମ ସନ୍ଧ୍ୟାରେ ସନ୍ଧ୍ୟାରେ ଲୁପ୍ତପ୍ରାୟ ପାରମ୍ପରିକ ନୃତ୍ୟ ସମସ୍ତଙ୍କ ମନ ମୋହିଛି । ଅଧିକ ପଢନ୍ତୁ

folk dance performance
ଲୋକମହୋତ୍ସବରେ ଲୋକନୃତ୍ୟ

By ETV Bharat Odisha Team

Published : Jan 5, 2024, 8:57 PM IST

ଲୋକମହୋତ୍ସବରେ ଲୋକନୃତ୍ୟ

ସମ୍ବଲପୁର:ଉଦଘାଟିତ ହୋଇଛି 'ସମ୍ବଲପୁର ଲୋକମହୋତ୍ସବ ୨୦୨୪' । ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓ ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମ ସନ୍ଧ୍ୟାରେ ସନ୍ଧ୍ୟାରେ ଲୁପ୍ତପ୍ରାୟ ପାରମ୍ପରିକ ଘୁଡକା ବାଦ୍ୟ ପରିବେଶିତ ହୋଇଥିଲା। ପ୍ରଥମେ ଅତିଥିମାନଙ୍କ ଦ୍ବାରା ଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ସମ୍ବଲପୁର ଲୋକମହୋତ୍ସବକୁ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନିତ କରିବାକୁ ଦାବି ହୋଇଥିଲା।

" ଆମକୁ ଆମ ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇ ରଖବାକୁ ହେବ । ସମ୍ବଲପୁର ବାସୀ ଅତ୍ୟନ୍ତ ସ୍ୱାଭିମାନୀ ଏବଂ ନିଜ ସଂସ୍କୃତିକୁ ନେଇ ସମ୍ବଲପୁର ବାସୀ ସମସ୍ତଙ୍କୁ ନିଜର କରିଦେବାର କ୍ଷମତା ରଖନ୍ତି " ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ବିନୀ ପାତ୍ର । ସେପଟେ ରୀତା ସାହୁ କହିଛନ୍ତି, "ଲୋକକଳାକୁ ବଞ୍ଚାଇ ରଖିବାକୁ ଏଭଳି ମହୋତ୍ସବର ଆବଶ୍ଯକତା ରହିଛି।" ଏହି ଅବସରରେ ସଂସ୍କୃତି କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମେ ଲୋକଗୀତ କାର୍ଯ୍ୟକ୍ରମରେ ବିନାୟକ ସାହୁ 'ମାଳେଶ୍ରୀ', ଅନାମିକା ଆଚାର୍ଯ୍ୟ 'ମାଏଲାଜଡ', ତୁଲାରାମ କଲେତ ନଚନିଆ ଶୈଳୀର କୃଷ୍ଣ ଭଜନ ଓ ସାଇସ୍ମିତା ନାୟକ ସଞ୍ଚାର ଶୈଳୀର ସମ୍ବଲପୁରୀ ଲୋକଗୀତ ପରିବେଷଣ କରିଥିଲେ।

ଏହାପରେ ଆରମ୍ଭ ହୋଇଥିଲା ଲୋକନୃତ୍ୟ କାର୍ଯ୍ୟକ୍ରମ । ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅନନ୍ୟା ଦାସ, ସହ ସଂଯୋଜକ ଭୋଳା ଶଙ୍କର ମହତ୍ତମ, ସହ ସଂଯୋଜକ ଅନୁପ ତରିଆ ତଥା ଅତିଥି ଭାବରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ହସ୍ତତନ୍ତ ବୟନକଳା ମନ୍ତ୍ରୀ ରୀତା ସାହୁ, ଜିଲ୍ଲା ପରିଷଦ ଅଧ୍ଯକ୍ଷା କୁମୋଦିନୀ ନାଏକ ଓ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ମଞ୍ଚରେ ଉପସ୍ଥିତ ଥିଲେ।


ଲୋକନୃତ୍ୟ କାର୍ଯ୍ୟକ୍ରମରେ ସମ୍ବଲପୁର ଟ୍ରାଇବାଲ ଏଣ୍ଡ ଫୋକ୍‌ ଆର୍ଟ ସେଣ୍ଟର ଦଣ୍ଡ ନୃତ୍ୟ , ଉତ୍ତରାଖଣ୍ଡର ଲୋକନୃତ୍ୟ ଗଡୱାଲି, କୁଚିଣ୍ଡାର ଲୋକନୃତ୍ୟ ରସରକେଲୀ, ରାଜସ୍ଥାନର ଲୋକନୃତ୍ଯ ଚକ୍ରି ଆଦି ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବୌଦ୍ଧ ମହୋତ୍ସବ ଉଦଘାଟିତ, ମନମୋହୁଛି ରଙ୍ଗାରାଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ସେହିପରି ଅନ୍ତରାଷ୍ଟ୍ରୀୟ ଥାଇଲାଣ୍ଡ ଟିମ୍ ଲାନା ମୁଙ୍ଗା ଥିପି ନୃତ୍ଯ, ମଧ୍ୟପ୍ରଦେଶ ମୟୁର ନାଚ, କୋରାପୁଟର ରିଂଜୋଡି ନାଚ,ଗୁଜରାଟର ଡାଙ୍ଗୀ, ହରିୟାଣାର ଘୁମର, ପଞାବର ଗିଦ୍ଧା, ଭାରତୀ କଳାବିକାଶ କେନ୍ଦ୍ର,ବୁର୍ଲାର ଚୁଟକୁଚୁଟା ଓ ସୋନପୁରରୁ ଆସିଥିବା ଲୋକନୃତ୍ୟ ଦଳ ପରଭା ନାଚ ପ୍ରଦର୍ଶନ କରିଥିଲେ। ବିଳମ୍ବିତ ରାତ୍ରି ଯାଏଁ ଦର୍ଶକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details