ଓଡିଶା

odisha

ETV Bharat / state

ହୀରାକୁଦର ଡ୍ୟାମ: ଖୋଲିଲା ଆଉ 3ଟି ଗେଟ, ମୋଟ 15ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ - ହୀରାକୁଦ ଡ୍ୟାମ

15ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବାବେଳେ ବର୍ତ୍ତମାନ ଏହା 625.83 ଫୁଟ ରହିଛି ।

ହୀରାକୁଦରୁ 15ଟି ଗେଟ ଦେଇ ଜଳ ନିଷ୍କାସନ ଜାରି
ହୀରାକୁଦରୁ 15ଟି ଗେଟ ଦେଇ ଜଳ ନିଷ୍କାସନ ଜାରି

By

Published : Jun 27, 2020, 9:31 AM IST

Updated : Jun 27, 2020, 9:55 AM IST

ସମ୍ବଲପୁର: ଗତ 25 ତାରିଖରେ ହୀରାକୁଦ ଡ୍ୟାମରୁ 10ଟି ଗେଟ ଜରିଆରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଆରମ୍ଭ ହୋଇଥିଲା । ଗତକାଲି ରାତିରେ ଆଉ 2ଟି ଗେଟ୍‌ ଖୋଲାଯାଇଥିଲା । ପୁଣି ଶନିବାର ସକାଳେ ପର୍ଯ୍ୟାୟକ୍ରମେ ଆଉ 3ଟି ଗେଟ୍‌ ଖୋଲା ଯାଇଛି । ଫଳରେ ସକାଳ ସୁଦ୍ଧା ମୋଟ 15ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ଜାରି ରହିଛି ।

15ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ଜାରି

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବାବେଳେ ବର୍ତ୍ତମାନ ଏହା 625.83 ଫୁଟ ରହିଛି । ଏହି ସମୟ ମଧ୍ୟରେ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି 81,224 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ତଳ ମୁଣ୍ଡକୁ ସେକେଣ୍ଡ ପ୍ରତି 2 ଲକ୍ଷ 397 କ୍ୟୁସେକ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ସୂଚନାଯୋଗ୍ୟଯେ, ପୂର୍ବବର୍ଷ ଗୁଡିକରେ ମୁଖ୍ୟତଃ ଜୁଲାଇ ଅଥବା ଅଗଷ୍ଟ ମାସରେ ପ୍ରଥମ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ଏଥର ପ୍ରଥମ ଥର ପାଇଁ ଜୁନ 25 ତାରିଖରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 27, 2020, 9:55 AM IST

ABOUT THE AUTHOR

...view details