ଓଡିଶା

odisha

ETV Bharat / state

ଆଜିଠୁ ଦୁଇ ଦିନ ବୁର୍ଲାର 5 ୱାର୍ଡ ସଟଡାଉନ

ଆଜି ଠାରୁ 2 ଦିନ ଧରି ବୁର୍ଲା ସହରର 5 ଟି ୱାର୍ଡକୁ ସଟଡାଉନ ଘୋଷଣା କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ବୁର୍ଲା ସହରର 3,4,5,6, 7 ନମ୍ବର ୱାର୍ଡ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ଅଧିକ ପଢନ୍ତୁ...

By

Published : Jul 9, 2020, 1:04 PM IST

ଆଜିଠୁ ଦୁଇ ଦିନ ବୁର୍ଲାର 5 ୱାର୍ଡ ସଟଡାଉନ
ଆଜିଠୁ ଦୁଇ ଦିନ ବୁର୍ଲାର 5 ୱାର୍ଡ ସଟଡାଉନ

ସମ୍ବଲପୁର: ଆଜି ଠାରୁ 2 ଦିନ ଧରି ବୁର୍ଲା ସହରର 5 ଟି ୱାର୍ଡକୁ ସଟଡାଉନ ଘୋଷଣା କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ବୁର୍ଲା ସହରର 3,4,5,6, 7 ନମ୍ବର ୱାର୍ଡ ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି।

ଆଜିଠୁ ଦୁଇ ଦିନ ବୁର୍ଲାର 5 ୱାର୍ଡ ସଟଡାଉନ

ଗତ କିଛି ଦିନ ଭିତରେ ଭିସୁଟରୁ କୋରୋନାର 8 ଟି ସ୍ଥାନୀୟ ସଂକ୍ରମଣ ବାହାରିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଛି। ବୁର୍ଲା ଭୀମସାର ମେଡ଼ିକାଲ ସଟଡାଉନରୁ ବାଦ ରହିବ। ଚିକିତ୍ସା ସେବା ସ୍ବାଭାବିକ ରହିବ। ଯେଉଁ ଲୋକ ସଟଡାଉନ କଟକଣା ଉଲ୍ଲଂଘନ କରିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

ତେବେ ସବୁ ବେସରକାରୀ ହସପିଟାଲ, ଔଷଧ ଦୋକାନ, କ୍ଷୀର ଦୋକାନ, ଗଣମାଧ୍ୟମ, ଅତ୍ୟାବଶ୍ୟକ ସେବାରେ ଥିବା ସରକାରୀ କର୍ମଚାରୀ, ଏଟିଏମ କଟକଣା ମୁକ୍ତ ରହିବ। ତେବେ ବିବାହ ଅଥବା ଯେକୌଣସି ସମାଜିଜ କାର୍ଯ୍ୟ ପାଇଁ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଅନୁମତି ନିଆଗଲା ପରେ ହିଁ କିଛି କରାଯାଇପାରିବ। ଗୋଷ୍ଠୀ ସଂକ୍ରମଣ ଉପରେ ରୋକ ଲଗାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆ ଯାଇଥିବା ଏହି ପଦକ୍ଷେପକୁ ସଚେତନ ନାଗରିକ ସ୍ବାଗତ କରିଥିବା ଦେଖିବାକୁ ମିଳିଛି ।

ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details