ସମ୍ବଲପୁର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଥମୁନି ରାଜନୈତିକ ହିଂସା । ସମ୍ବଲପୁର ଜିଲ୍ଲା ଘିଛାମୁରା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଗତକାଲି ଘିଛାମୁରା ଗ୍ରାମ ପଞ୍ଚାୟତର ବେଉଁରା ଗାଁ ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘରକୁ ଗୁଳିମାଡ଼ ସୂଚନା ।
ସୂଚନାଅନୁସାରେ, ରେଙ୍ଗାଲି ଜୋନ ୧ ଘିଛାମୁରା ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଲଳିତ କୁମାର ସାହୁ । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘର ଉପରକୁ ୨ ରାଉଣ୍ଡ ଗୁଳିମାଡ଼ କରିଛନ୍ତି । ଗୁଳି ଘରର କବାଟରେ ବାଜିଥିବା ଦେଖାଦେଇଛି । ସରପଞ୍ଚ ପ୍ରାର୍ଥୀ ପୋଲିସକୁ ଫୋନ କରି ସୂଚନା ଦେଇଥିବା ଜଣାପଡ଼ିଛି ।