ସମ୍ବଲପୁର: ସଦର ଥାନା ଅନ୍ତର୍ଗତ ଜୟନ୍ତପୁର ସ୍ଥିତ ପିଚୁ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଗତ ବିଳମ୍ବିତ ରାତ୍ରୀରେ ଏହି ଅଗ୍ନିକାଣ୍ଡ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡ଼ିନାହିଁ । ତେବେ ଏଥିରେ କେହି ମୃତାହତ ହୋଇନାହାଁନ୍ତି ।
ନିଆଁ ଆଁରେ ପିଚୁ କାରଖାନା ଛାରଖାର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ - sambalpur pichu factory news
ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତପୁର ସ୍ଥିତ ପିଚୁ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଗତ ବିଳମ୍ବିତ ରାତ୍ରିରେ ଶ୍ରମିକମାନେ କାମ କରୁଥିବା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ସମ୍ବଲପୁର ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ
ସମ୍ବଲପୁର ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ
ଏପଟେ ଏହି ନିଆଁ ଲିଭା କାର୍ଯ୍ୟରେ ୩ ଦମକଳ ଗାଡି ନିୟୋଜିତ ହୋଇଥିଲେ ସୁଦ୍ଧା ନିଆଁର ମାତ୍ରା ଏତେ ତୀବ୍ର ଥିଲା ଯେ, ତାକୁ ଲିଭାଇବା କଷ୍ଟକର ହୋଇପଡିଥିଲା । ଗତ ବିଳମ୍ବିତ ରାତ୍ରିରେ ଶ୍ରମିକମାନେ କାମ କରୁଥିବା ସମୟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏଥିସହ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କ୍ଷୟ କ୍ଷତି ହୋଇଥିବା ଜଣାପଡ଼ିଛି ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ