ସମ୍ବଲପୁର : ବୁଢ଼ାରାଜାସ୍ଥିତ ଆକ୍ସିସ ବ୍ୟାଙ୍କ ବିଲଡିଂରେ ଥିବା ଡ଼ ବାତ୍ରା କ୍ଲିନିକରେ ଅଗ୍ନିକାଣ୍ଡ । ଆଜି ଦିନ ପ୍ରାୟ 1ଟା ସମୟରେ କ୍ଲିନିକରେ ଥିବା ଇନଭର୍ଟରରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଯାଇଥିଲା । ଫଳରେ ପୁରା ବିଲ୍ଡିଂ ଧୁଆଁମୟ ହୋଇଯାଇଥିଲା । କ୍ଲିନିକର 3 ଜଣ କର୍ମଚାରୀ ନିଜର ଜୀବନ ବଞ୍ଚାଇ ବାହାରକୁ ଦଉଡି ପଳାଇ ଆସିଥିଲେ । ତେବେ ଆକ୍ସିସ ବ୍ୟାଙ୍କରେ ପ୍ରବଳ ଧୂଆଁ ହୋଇଯାଇଥିଲା ।
ସମ୍ବଲପୁର ବୁଢ଼ାରାଜା ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ - ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ
ସମ୍ବଲପୁର ବୁଢ଼ାରାଜାସ୍ଥିତ ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ...
![ସମ୍ବଲପୁର ବୁଢ଼ାରାଜା ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ ସମ୍ବଲପୁର ବୁଢ଼ାରାଜା ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ](https://etvbharatimages.akamaized.net/etvbharat/prod-images/768-512-11891029-thumbnail-3x2-p.jpg)
ସମ୍ବଲପୁର ବୁଢ଼ାରାଜା ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ
ସମ୍ବଲପୁର ବୁଢ଼ାରାଜା ଆକ୍ସିସ ବ୍ୟାଙ୍କ ବିଲ୍ଡିଂରେ ଅଗ୍ନିକାଣ୍ଡ
ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆକ୍ସିସ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ବିଲ୍ଡିଂରୁ ବାହାରକୁ ଆଣିଥିଲେ । ତେବେ ଏଥିରେ କୌଣସି ଜୀବନହାନୀ ହୋଇନଥିବା ଜଣାପଡିଛି । ତେବେ ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ମୁତୟନ ରହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ