ଓଡିଶା

odisha

ETV Bharat / state

ମହାନଦୀ ଟ୍ରାଜେଡି: ବାପ-ପୁଅ ମୃତ, ଝିଅକୁ ଖୋଜିବାକୁ ସ୍କୁବା ଡାଇଭର ନିୟୋଜିତ

ସମ୍ବଲପୁର ମହାନଦୀରେ ବାପ-ପୁଅ ଓ ଝିଅ ବୁଡିଯିବା ଘଟଣା। ବାପ, ପୁଅ ଉଦ୍ଧାର ହୋଇଥିବା ବେଳେ ଏବେ ବି ଝିଅର ପତ୍ତା ମିଳିନାହିଁ । ଅଧିକ ପଢନ୍ତୁ...

ମହାନଦୀ ଟ୍ରାଜେଡି:  ବାପ-ପୁଅ ମୃତ, ଝିଅକୁ ଖୋଜିବାକୁ  ସ୍କୁବା ଡାଇଭର ନିୟୋଜିତ
ମହାନଦୀ ଟ୍ରାଜେଡି: ବାପ-ପୁଅ ମୃତ, ଝିଅକୁ ଖୋଜିବାକୁ ସ୍କୁବା ଡାଇଭର ନିୟୋଜିତ

By

Published : Oct 5, 2021, 10:06 AM IST

Updated : Oct 5, 2021, 10:17 AM IST

ସମ୍ବଲପୁର:ମହାନଦୀ ଘାଟରେ ବାପ-ପୁଅ ଓ ଝିଅ ବୁଡିଯିବା ଘଟଣା। ଗତକାଲି ବାପ, ପୁଅଙ୍କୁ ମୃତ ଅବସ୍ଥାରେ ଗଭୀର ଜଳରୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଝିଅର ପତ୍ତା ମିଳିନାହିଁ । ତେବେ ଆଜି ସକାଳୁ ଝିଅକୁ ଖୋଜିବା ପାଇଁ ଦ୍ବିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନରେ ସ୍କୁବା ଡ୍ରାଇଭର, ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି ।

ମହାନଦୀ ଟ୍ରାଜେଡି: ବାପ-ପୁଅ ମୃତ, ଝିଅକୁ ଖୋଜିବାକୁ ସ୍କୁବା ଡାଇଭର ନିୟୋଜିତ

ମିଳିଥିବା ସୂଚନାଅନୁଯାୟୀ, ଗତକାଲି ସମ୍ବଲପୁର ଦଳେଇପଡ଼ା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ ବାପ ପୁଅ ଓ ଝିଅ । ତେବେ ଅଚାନକ ଝିଅ ରୁକସାନା ଗାଧୋଇବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଝିଅକୁ ବଞ୍ଚାଇବାକୁ ଯାଇ ବାପା ମହମ୍ମଦ ଅଲତାଫ, ପୁଅ ମହମ୍ମଦ ଅଫତାଫ୍‌ ମଧ୍ୟ ମହାନଦୀରେ ଭାସି ଯାଇଥିଲେ । ବାପ ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Oct 5, 2021, 10:17 AM IST

ABOUT THE AUTHOR

...view details