ଓଡିଶା

odisha

By

Published : Nov 20, 2022, 1:00 PM IST

ETV Bharat / state

ମିଳୁନି ପରିଚୟ ପତ୍ର, କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ

ଅମଳ ପରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ପରିଚୟ ପତ୍ର ମିଳିନଥିବାରୁ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ବସନ୍ତପୁର ଅଞ୍ଚଳର ଶହଶହ ଗ୍ରାମବାସୀ ଧାନ ବିକ୍ରିକୁ ନେଇ ଚିନ୍ତାରେ । ଅଧିକ ପଢ଼ନ୍ତୁ

farmers worried about not selling paddy in sambalpur
ମିଳୁନି ପରିଚୟ ପତ୍ର, କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ

ସମ୍ବଲପୁର: ଜିଲ୍ଲାରେ ପୁଣି ଦେଖାଦେଇଛି ଚାଷୀ ସମସ୍ୟା । ଅମଳ ହୋଇଥିବା ଧାନକୁ ବିକ୍ରି କରିପାରୁନାହାନ୍ତି ଚାଷୀ । ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ବସନ୍ତପୁର ଅଞ୍ଚଳର 7ଟି ଗାଁର 215 ଜଣ ଚାଷୀଙ୍କୁ ଏବେ ଧାନ ବିକ୍ରି ଚିନ୍ତା ଘାରିଛି । ପରିଚୟ ପତ୍ର ମିଳି ନଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ବିକ୍ରି ନେଇ ଚିନ୍ତାରେ ଚାଷୀ

ସମ୍ବଲପୁର ଧନକଉଡା ବ୍ଲକ ବସନ୍ତପୁର ଅଞ୍ଚଳର 215 ଜଣ ଚାଷୀ 700 ଏକର ଜମିରେ ଚାଷ କରିଛନ୍ତି । ଏକର ପିଛା ପ୍ରାୟ 30 ହଜାର ଖର୍ଚ୍ଚ କରିଛନ୍ତି ଚାଷୀ । ତେବେ ବର୍ତ୍ତମାନ ଧାନ ଅମଳ ହୋଇ ସାରିଥିବା ବେଳେ ଧାନ ବିକ୍ରି କରି ପାରୁନାହାନ୍ତି । ଚାଷୀଙ୍କୁ ପରିଚୟ ପତ୍ର ମିଳିନଥିବାରୁ ଧାନ ବିକ୍ରି କରିପାରୁନାହାନ୍ତି । ହୀରାକୁଦ ନଦୀବନ୍ଧ ଯୋଜନା ଆରମ୍ଭ ହେବା ପୂର୍ବରୁ ଏହି ସବୁ ଚାଷ ଜମିକୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଅଧିଗ୍ରହଣ କରିଥିଲେ । ଯେଉଁ ଉଦ୍ଦେଶ୍ୟ ନେଇ ଜମି ଅଧିଗ୍ରହଣ ହୋଇଥିଲା ସେହି ପ୍ରକଳ୍ପ ବନ୍ଦ ହୋଇଗଲା । ତେବେ ଜମି ଗୁଡ଼ିକ ପଡି ରହିଥିବା ବେଳେ ସ୍ଥାନୀୟ ଚାଷୀ ଏହି ଚାଷ ଜମିରେ ଚାଷ କରିବା ଆରମ୍ଭ କଲେ ।

ଏହା ମଧ୍ୟ ପଢ଼ନ୍ତୁ:ସମ୍ବଲପୁରରେ ପଶ୍ଚିମ ଓଡିଶା ଓକିଲ ସଂଘର CAC ବୈଠକ

ଗତବର୍ଷ ପର୍ଯ୍ୟନ୍ତ ଚାଷୀମାନେ ନିଜର ଅମଳକ୍ଷମ ଧାନକୁ ମଧ୍ୟ ବିକ୍ରି କରିଥିଲେ । ତେବେ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଏହି ଚାଷୀଙ୍କୁ ପରିଚୟ ପତ୍ର ମିଳିପାରୁନାହିଁ । ସରକାରୀ ଜମିରେ ଚାଷ କରୁଥିବା କହି ଚାଷୀଙ୍କ ପରିଚୟ ପତ୍ର ମିଳୁନଥିବାର ଅଭିଯୋଗ ହୋଇଛି । ଏନେଇ ବସନ୍ତପୁର ପଞ୍ଚାୟତର ସମିତ ସଭ୍ୟ କହିଛନ୍ତି,"ଦୀର୍ଘ 70 ବର୍ଷ ଧରି ସେଠାରେ ଆମେ ଚାଷ କରିଆସୁଛୁ । ପୂର୍ବରୁ ପରିଚୟ ପତ୍ର ମିଳିସାରିଛି । କିନ୍ତୁ ଏବେ ଆଉ ପରିଚୟ ପତ୍ର ଦିଆଯାଉନାହିଁ । ଫଳରେ ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ ଧାନ ବର୍ତ୍ତମାନ ନଷ୍ଟ ହେବା ଉପରେ ।" ତେଣୁ ଯଥା ଶୀଘ୍ର ଏନେଇ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଦାବି କରିଛନ୍ତି ସ୍ଥାନୀୟ ଚାଷୀ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details