ସମ୍ବଲପୁର: ଆସନ୍ତା ୧୬ ରୁ ପଞ୍ଚାୟତ ନିର୍ବାଚନ । ଗାଁଠୁ ସହର ଚାରିଆଡ଼େ ନେତାଙ୍କ ପ୍ରଚାର ଧାଡ଼ି ଲମ୍ବିବାରେ ଲାଗିଛି । ନିର୍ବାଚନ ଆସନକୁ ଅକ୍ତିଆର କରିବା ପାଇଁ ରାଜନୈତିକ ଦଳ ମଧ୍ୟରେ ହେଭିୱେଟ ଟକ୍କର ଦେଖିବାକୁ ମିଳିଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ଜୋନ ୨ ଜିଲ୍ଲା ପରିଷଦ ସିଟ ପାଇଁ ଚାଲିଛି କସରତ । ଏହି ଅଞ୍ଚଳରେ ଅନେକ ଶିଳ୍ପ ଅନୁଷ୍ଠାନ ରହିଥିବା ବେଳେ ଲୋକଙ୍କ ପ୍ରମୁଖ ଜୀବିକା ହେଉଛି କୃଷି।
କୃଷି ସମସ୍ୟା ପାଲଟିଛି ନିର୍ବାଚନୀ ମୁଦ୍ଦା, କିଏ କିଣିବ ରେଙ୍ଗାଲୀବାସୀଙ୍କ ମନ ? - ପଞ୍ଚାୟତ ନିର୍ବାଚନୀ ମୁଦ୍ଦା
ଆସନ୍ତା ୧୬ ରୁ ପଞ୍ଚାୟତ ନିର୍ବାଚନ । ଗାଁ ଠୁ ସହର ଚାରିଆଡ଼େ ନେତାଙ୍କ ପ୍ରଚାର ଧାଡ଼ି ଲମ୍ବିବାରେ ଲାଗିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ଜୋନ ୨ ଜିଲ୍ଲା ପରିଷଦ ସିଟ ପାଇଁ ଚାଲିଛି କସରତ । ଅଧିକ ପଢନ୍ତୁ
ତେଣୁ ଏଥର ଉଭୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ପକ୍ଷରୁ ଶିଳ୍ପ ଅନୁଷ୍ଠାନରେ ସ୍ଥାନୀୟ ନିଯୁକ୍ତି, କୃଷି ଓ କୃଷକଙ୍କ ସମସ୍ୟାକୁ ପ୍ରମୁଖ ମୁଦ୍ଦା କରିଥିବା କଥା ଚର୍ଚ୍ଚା ହେଉଛି । ଏହାକୁ ମୁଦ୍ଦାକରି ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି ପ୍ରାର୍ଥୀ । ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ଗୁଡ଼ିକ ରେ ସ୍ଥାନୀୟ ନିଯୁକ୍ତି, କୃଷକ ସମସ୍ୟା, ବିଡି ଶ୍ରମିକଙ୍କ ସମସ୍ୟାକୁ ମୁଦ୍ଦା କରିଥିବା ବେଳେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବିଜୟୀ ହେବାକୁ ଆଶା ରଖିଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଦେ ନାରାୟଣ ତିବାରୀ ।
ସେହିପରି କଂଗ୍ରେସ ଛାତ୍ର ଯୁବକଙ୍କ ସମସ୍ୟା, ଶିଳ୍ପ ଅନୁଷ୍ଠାନ ଥାଇ ମଧ୍ୟ ସ୍ଥାନୀୟ ନିଯୁକ୍ତି ନମିଳିବା, କୃଷକଙ୍କ ଧାନ ବିକ୍ରି ଜନିତ ସମସ୍ୟା ଆଦିକୁ ପ୍ରସଙ୍ଗ କରିଛନ୍ତି। ସେ ଛାତ୍ର ଜୀବନରୁ ରାଜନିତୀରେ ରହିଥିବାରୁ ଛାତ୍ର ଓ ଯୁବକ ମାନଙ୍କ ସମର୍ଥନ ତାଙ୍କ ସହିତ ରହିଛି ବୋଲି କହିଛନ୍ତି ସରୋଜ ପୂଜାରି। ତେବେ ଚଳିତଥର ଏହି ଜୋନରେ ବିଜେଡି ଆଗୁଆ ଥିବାର ଚର୍ଚ୍ଚା ହେଉଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ