ଓଡିଶା

odisha

ETV Bharat / state

ସାର କଳାବଜାରୀ, ସମ୍ଭାବ୍ୟ ମରୁଡି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - କୃଷକ ସଙ୍ଗଠନର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର ଜିଲ୍ଲାରେ ସମ୍ଭାବ୍ୟ ମରୁଡି ତଥା ସାର କଳାବଜାରୀକୁ ନେଇ ଜିଲ୍ଲା ପ୍ରଶାସନର ନୀରବତା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଥିଲେ ଚାଷୀ । ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲାରେ ସାର କଳାବଜାରୀ, ସମ୍ଭାବ୍ୟ ମରୁଡିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଙ୍ଗଠନ
ଜିଲ୍ଲାରେ ସାର କଳାବଜାରୀ, ସମ୍ଭାବ୍ୟ ମରୁଡିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଙ୍ଗଠନ

By

Published : Aug 27, 2021, 8:39 PM IST

ସମ୍ବଲପୁର: ସମ୍ବଲପୁରରେ ପୁଣି ତେଜିଛି ଚାଷୀ ଆନ୍ଦୋଳନ। ଜିଲ୍ଲାର ସମ୍ଭାବ୍ୟ ମରୁଡି ସ୍ଥତି ତଥା ସାର କଳାବଜାରୀ ନେଇ ଜିଲ୍ଲା ପ୍ରଶାସନର ନୀରବତାକୁ ବିରୋଧ କରି ଆଜି (ଶନିବାର) ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।

ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନର ବରିଷ୍ଠ ଚାଷୀ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ୱରେ ଚାଷୀ ମନେ ସମ୍ବଲପୁର କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲେ ।

ଜିଲ୍ଲାରେ ସାର କଳାବଜାରୀ, ସମ୍ଭାବ୍ୟ ମରୁଡିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଙ୍ଗଠନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଥିଲେ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଅଭାବରେ ଜମି ଫାଟି ଆଁ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି ତଥା ୟୁରିଆ ସାର ନିର୍ଦ୍ଧାରିତ ମୂଲ୍ୟର 3 ଗୁଣା ଅଧିକ ଦରରେ କଳାବଜାରୀ ହେଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଏହି ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details