ଓଡିଶା

odisha

ETV Bharat / state

ଧାନ ବିକ୍ରିରେ ସମସ୍ୟା ନେଇ ସିଏସଓଙ୍କୁ ଘେରିଲେ ସମ୍ବଲପୁରର ଚାଷୀ - ଧାନ ବିକ୍ରିରେ ସମସ୍ୟା

ଧାନ ବିକ୍ରି କରିବାକୁ ଯାଇ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ସୋମବାର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଥିଲେ ଚାଷୀ । ଅଧିକ ପଢନ୍ତୁ...

ଧାନ ବିକ୍ରିରେ ସମସ୍ୟା ନେଇ ସିଏସଓଙ୍କୁ ଘେରିଲେ ସମ୍ବଲପୁରର ଚାଷୀ
ଧାନ ବିକ୍ରିରେ ସମସ୍ୟା ନେଇ ସିଏସଓଙ୍କୁ ଘେରିଲେ ସମ୍ବଲପୁରର ଚାଷୀ

By

Published : Jun 1, 2020, 7:36 PM IST

ସମ୍ବଲପୁର: ଲକଡାଉନ ଭିତରେ ସଙ୍ଘର୍ଷ କରି ଧାନ କାଟିଛି ଚାଷୀ । ବହୁ କଷ୍ଟରେ ନିଜ ଖଳାକୁ ଧାନ ଆଣିବା ପରେ ବର୍ତ୍ତମାନ ଏହାକୁ ବିକ୍ରି କରିବାକୁ ଯାଇ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଏନେଇ ସୋମବାର ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଥିଲେ ଚାଷୀ । ମୁଖ୍ୟତଃ 3ଟି ପ୍ରମୁଖ ସମସ୍ୟାର ସମାଧାନ ଦାବି କରି ଚାଷୀମାନେ ସମ୍ବଲପୁର ସିଏସଓଙ୍କୁ ଘେରାଉ କରିବା ସହ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ।

ଧାନ ବିକ୍ରିରେ ସମସ୍ୟା ନେଇ ସିଏସଓଙ୍କୁ ଘେରିଲେ ସମ୍ବଲପୁରର ଚାଷୀ
ପ୍ରଥମତଃ ପଡ଼ୋଶୀ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ସମ୍ବଲପୁରରେ ଧାନ ବିକ୍ରି କରିବାକୁ ସରକାର ଅନୁମତି ଦେବା ଫଳରେ ସ୍ଥାନୀୟ ଚାଷୀମାନେ ମିଲରମାନଙ୍କ ଦ୍ୱାରା ଶୋଷିତ ହେଉଛନ୍ତି । ମିଲରମାନେ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଅଧିକ ଗୁରୁତ୍ୱ ଦେବା ହେତୁ ସ୍ଥାନୀୟ ଚାଷୀଙ୍କ ଧାନ ଲଦା ଗାଡି ବହୁ ଦିନ ଧରି ମଣ୍ଡିରେ ପଡି ରହୁଛି । ଏହା ଦ୍ୱାରା ଚାଷୀଙ୍କୁ ଗୋଟିଏ ଦିନରେ 2 ହଜାରରୁ 3 ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ ବହନ କରିବାକୁ ପଡୁଛି । ଦ୍ବିତୀୟତଃ ଚାଷୀଙ୍କଠାରୁ ଧାନର ଗୁଣବତ୍ତା ଭଲ ନଥିବା କହି ମିଲରମାନେ କ୍ୱିଣ୍ଟାଲ ପିଛା 2ରୁ 3 କାଟୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ତୃତୀୟରେ ବର୍ତ୍ତମାନ ସୁଦ୍ଧା କେତେକ ଚାଷୀଙ୍କୁ ଟୋକନ ମିଳୁନଥିବାରୁ ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।ଅନ୍ୟପକ୍ଷେ ଚାଷୀଙ୍କ ସମସ୍ୟା ନେଇ ଜିଲ୍ଲା ଯୋଗାଣ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପଡୋଶୀ ଜିଲ୍ଲା ସୁବର୍ଣ୍ଣପୁରର ଚାଷୀଙ୍କୁ ସମ୍ବଲପୁରରେ ଧାନ ବିକ୍ରି କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଥିବାରୁ ସେ ଅସହାୟ । ତେବେ ଅନ୍ୟ 2ଟି ସମସ୍ୟା ନେଇ ମିଳରମାନଙ୍କ ସହ ଆଲୋଚନା କରିବେ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିକ୍ରିୟା ଦେଇଛନ୍ତି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details