ସମ୍ବଲପୁର: ସମ୍ବଲପୁରରେ କୃଷକ ସମସ୍ୟା ଦେଖାଦେଇଛି । ମୁଖ୍ୟତଃ ବର୍ତ୍ତମାନ ରବିଋତୁ ପାଇଁ ଧାନ ସଂଗ୍ରହ ଜାରି ରହିଥିବା ବେଳେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଚାଷୀଙ୍କ ପାଖକୁ ଟୋକନ ଆସିନଥିବାରୁ ଚାଷୀଙ୍କ ଧାନ ବିକ୍ରି ନହୋଇ ଖଳାରେ ପଡିରହିଛି । ଏଭଳି ସ୍ଥିତିରେ କାଳ ବୈଶାଖୀ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ନଷ୍ଟ ହେବାର ସମସ୍ୟା ରହିଛି ।
ଟୋକନ ସମସ୍ୟା ନେଇ DRCS ଅଫିସ ଘେରିଲେ ଚାଷୀ - ସମ୍ବଲପୁର ରବି ଧାନ ସଂଗ୍ରହ ଟୋକେନ ସମସ୍ୟା ଖବର
ରବିଋତୁ ପାଇଁ ଧାନ ସଂଗ୍ରହ ଜାରି ରହିଥିବା ବେଳେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ଚାଷୀଙ୍କ ପାଖକୁ ଟୋକନ ଆସିନଥିବାରୁ ଚାଷୀଙ୍କ ଧାନ ବିକ୍ରି ନହୋଇ ଖଳାରେ ପଡିରହିଛି । କାଳ ବୈଶାଖୀ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ନଷ୍ଟ ହେବାର ସମସ୍ୟା ରହିଛି । ତେଣୁ, ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଦସ୍ୟ ମାନେ DRCS କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ
![ଟୋକନ ସମସ୍ୟା ନେଇ DRCS ଅଫିସ ଘେରିଲେ ଚାଷୀ ଟୋକନ ସମସ୍ୟା ନେଇ DRCS ଅଫିସ ଘେରିଲେ ଚାଷୀ](https://etvbharatimages.akamaized.net/etvbharat/prod-images/768-512-15340533-thumbnail-3x2-smb.jpg)
ଟୋକନ ସମସ୍ୟା ନେଇ DRCS ଅଫିସ ଘେରିଲେ ଚାଷୀ
ଟୋକନ ସମସ୍ୟା ନେଇ DRCS ଅଫିସ ଘେରିଲେ ଚାଷୀ
ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ । ଏହି ସମସ୍ୟା ନେଇ ଆଜି (ଶୁକ୍ରବାର) ଚାଷୀ ନେତା ଅଶୋକ ପ୍ରଧାନଙ୍କ ନେତୃତ୍ତ୍ବରେ ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସଦସ୍ୟ ମାନେ DRCS କାର୍ଯ୍ୟାଳୟ ଘେରାଉ କରିଛନ୍ତି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ ନେଉ, ନଚେତ ଚାଷୀ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ
TAGGED:
ସମ୍ବଲପୁର କୃଷକ ପ୍ରତିବାଦ ଖବର