ସମ୍ବଲପୁର:ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ଖରିଫ ୠତୁର ଧାନ ସଂଗ୍ରହ । ସମ୍ବଲପୁରର କେତେକ ଧାନ ମଣ୍ଡିର ଅବ୍ୟବସ୍ଥା ଲାଗି ରହିଛି। ମୁଖ୍ୟତଃ ଧାନ ମଣ୍ଡିରୁ ଧାନ ଉଠେଇବା ପାଇଁ ଯେଉଁ ମିଲର ମାନଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି । ସେମାନେ ଚାଷୀର ଧାନ କ୍ୱିଣ୍ଟାଲ ପ୍ରତି 5 କେଜି ଓଜନ ବାଧ୍ୟତାମୂଳକ ଭାବେ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଫଳରେ କ୍ୱିଣ୍ଟାଲ ପ୍ରତି 100 ଟଙ୍କା କ୍ଷତି ହେଉଥିବା ଅଭିଯୋଗ କରି ଚାଁଆଁରପୁର ଧାନ ମଣ୍ଡିର ଚାଷୀ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ମିଲରକୁ ଧାନ ଦେବାକୁ ମନା କରିଛନ୍ତି । ଏଭଳି ସ୍ଥିତିରେ ମଣ୍ଡିରେ ଏବେ 22 ଜଣ ଚାଷୀଙ୍କ 3500 ଧାନ ବସ୍ତା ପଡିରହିଛି। ଏହି ଭଳି ସମସ୍ୟାର ସମାଧାନ ପାଇଁ ଜିଲ୍ଲା କୃଷକ ସଂଗଠନ,ସ୍ଥାନୀୟ କୃଷକ ସଂଗଠନ,ଜିଲ୍ଲା ଯୋଗାଣ ବିଭାଗ ଓ ମିଲର ମାନଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଏହିଭଳି ସମସ୍ୟାର ପାଇଁ ଚାଷୀ ନେତା ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତିକୁ ଦାୟୀ କରିଛନ୍ତି।