ସମ୍ବଲପୁର :ଧାନଖରୀରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ (Paddy burn) । ପୋଡ଼ିଗଲା ବର୍ଷଯାକର ପରିଶ୍ରମ । ନିଆଁ ଲାଗିବା ଦେଖି ଭୋ ଭୋ ହୋଇ କାନ୍ଦୁଛି ଚାଷୀ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅନ୍ତର୍ଗତ ପରଦେଶୀପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ, କତରବଗା ଥାନା ଅନ୍ତର୍ଗତ ପରଦେଶୀପାଲି ଗ୍ରାମରେ କେହି ଜଣେ ଅଜଣା ଦୁର୍ବୃତ୍ତ ସ୍ଥାନୀୟ 3ଜଣ ଚାଷୀଙ୍କ ଅମଳ ହୋଇଥିବା ଧାନ ଖରୀରେ ନିଆଁ ଲଗାଇ ଦେଇଛି । ଏଥିରେ ପ୍ରାୟ ୧୦ ଏକର ଜମିର ଧାନଖରୀ ସମ୍ପୂର୍ଣ୍ଣ ଭାବରେ ଜଳି ପୋଡି ଛାରଖାର ହୋଇଯାଇଛି ।
ଫଳରେ 8 ଲକ୍ଷ ଟଙ୍କାର ଧାନ ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଖବରପାଇ ରେଙ୍ଗାଲି ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ଧାନଚାଷୀର ଧାନ ଖରୀ ପୁରା ଜଳି ଛାରଖାର ହୋଇଯାଇଥିଲା । ଚାଷୀମାନେ ଋଣ ଓ ହାତ ଉଦ୍ଧାରି କରି ବହୁ କଷ୍ଟରେ ଧାନ ଚାଷ କରିଥିବା ବେଳେ ଏବେ ଋଣ କେମିତି ଫେରସ୍ତ କରିବେ ସେନେଇ ଚିନ୍ତାରେ ଅଛନ୍ତି । ତେଣୁ ଏହି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।