ଓଡିଶା

odisha

ETV Bharat / state

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ - farmer

ଦାବି ପୂରଣ ନହେବାରୁ ରାଜ ରାସ୍ତାରେ ଓହ୍ଲାଇଲେ ଚାଷୀ । ସମ୍ବଲପୁର ଜାତୀୟ ରାଜପଥ 53ରେ ରାସ୍ତାରୋକ । ଆଗକୁ ପଢନ୍ତୁ...

ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ

By

Published : Nov 21, 2019, 3:23 PM IST

ସମ୍ବଲପୁର: ରାଜରାସ୍ତାକୁ ଓହ୍ଲାଇଲେ ସମ୍ବଲପୁର ଚାଷୀ। ଧାନ କିଣା ପ୍ରକ୍ରିୟାରେ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ ନକରିବାରୁ ପୂର୍ବରୁ ଦେଇଥିବା ଚେତାବନୀ ପାଇଁ ଆଜି ସମ୍ବଲପୁର ଚାଷୀ ବାରେଇପାଲି ଠାରେ ଜାତୀୟ ରାଜପଥ 53ରେ ଧାନ ବସ୍ତା ରଖି ରାସ୍ତା ରୋକ କରିଛନ୍ତି ।

ରାଜ ରାସ୍ତାକୁ ଓହ୍ଲାଇଲେ ଚାଷୀ

ବୁଧବାର ସର୍କିଟ ହାଉସରେ ମନ୍ତ୍ରୀ ଶୁସାନ୍ତ ସିଂ,ଜିଲ୍ଲା ପ୍ରଶାସନ ଓ ଚାଷୀ ନେତାଙ୍କ ଆଲୋଚନା ହୋଇଥିଲା। ତେବେ ଆଲୋଚନାରେ ଚାଷୀଙ୍କ ସ୍ବାର୍ଥରେ କୌଣସି ନିଷ୍କର୍ଷ ନବାହାରିବାରୁ ଆଜି ଚାଷୀ ରାଜ ରାସ୍ତାକୁ ଓହ୍ଲାଇଛନ୍ତି। ଦାବି ପୂରଣ ନହେବା ଯାଏ ରାଜରାସ୍ତା ଅବରୋଧ ଜାରି ରହିବ ବୋଲି ଚାଷୀଙ୍କ ପକ୍ଷରୁ କୁହାଯାଇଛି।


ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details