ଓଡିଶା

odisha

ETV Bharat / state

ସମ୍ବଲପୁରରେ ଚାଷୀଙ୍କ ରିଲେ ଅନଶନ - sambalpur farmer protest

ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଜିଠୁ ଚାଷୀମାନେ ଅନିର୍ଦ୍ଧିଷ୍ଟକାଳ ପାଇଁ ପୂର୍ବ ସୂଚନା ମୁତାବକ ଆନ୍ଦୋଳନରେ ବସିଛନ୍ତି । ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ପକ୍ଷରୁ ଆରମ୍ଭ ହୋଇଛି ରିଲେ ଅନଶନ । ଏ ସମ୍ପର୍କରେ ଅଧିକ ପଢନ୍ତୁ...

ସମ୍ବଲପୁରରେ ଚାଷୀଙ୍କ ଅନିର୍ଦ୍ଧିଷ୍ଟକାଳ ଗଣଅନଶନ

By

Published : Oct 22, 2019, 11:41 PM IST

ସମ୍ବଲପୁର: ସୋମବାରଠୁ ଜିଲ୍ଲାରେ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଜିଠୁ ଚାଷୀମାନେ ଅନିର୍ଦ୍ଧିଷ୍ଟକାଳ ପାଇଁ ପୂର୍ବ ସୂଚନା ମୁତାବକ ଆନ୍ଦୋଳନରେ ବସିଛନ୍ତି । ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ପକ୍ଷରୁ ଆରମ୍ଭ ହୋଇଛି ରିଲେ ଅନଶନ ।

ସମ୍ବଲପୁରରେ ଚାଷୀଙ୍କ ଅନିର୍ଦ୍ଧିଷ୍ଟକାଳ ଗଣଅନଶନ

ଫସଲ ବିମା ରାଶି, ଖରିଫ ଋତୁରେ ଧାନ କ୍ରୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦାବିରେ ଚାଷୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଅନଶନରେ ବସିଛନ୍ତି । ୧୫ଟି ଦେଶ ସହ କେନ୍ଦ୍ର ସରକାର ଆରସିଇବି ଟ୍ରେଡ୍ ଏଗ୍ରିମେଣ୍ଟ କରିବାକୁ ଯାଉଛନ୍ତି । ଏହି ଚୁକ୍ତି ସ୍ବାକ୍ଷରିତ ହେଲେ କୃଷକ ଓ କୃଷି ସମ୍ପର୍କିତ ବ୍ୟବସାୟ ବିଦେଶୀ କମ୍ପାନୀଙ୍କ ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ଥିବାରୁ କୃଷକ ସଂଘ ଏହାକୁ ବିରୋଧ କରୁଛି ।


ଚାଷୀଙ୍କର ଅନ୍ୟାନ୍ୟ ଦାବି ମଧ୍ୟ ରହିଛି । କ୍ରପ୍ କଟିଂ ରିପୋର୍ଟ ଆଧାରରେ ଖରିଫ ଫସଲ ବିମା ରାଶି ପ୍ରଦାନ, ଫସଲ ବିମାର ଘରୋଇକରଣ ବନ୍ଦ, ସ୍ବାମୀନାଥନ କମିଶନଙ୍କ ସୁପାରିସ ଲାଗୁ, ମଣ୍ଡିକୁ ବ୍ୟବସ୍ଥିତ କରାଯାଇ ଧାନ ବିକ୍ରି ସମସ୍ୟା ଦୂର କରିବା ପାଇଁ ଚାଷୀମାନେ ଦାବି ରଖିଛନ୍ତି ।

ତା ଛଡ଼ା ଗହମ ଦର ବୃଦ୍ଧି କରି ଧାନ କ୍ବିଣ୍ଟାଲ ପିଛା ୨୯୫୦ ଟଙ୍କାକୁ ବୃଦ୍ଧି ଆଉ ଚାଷୀଙ୍କୁ ବୋନସ୍ ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି । ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନ କରାଯାଇଛି ସେତେ ଦିନ ପର୍ଯ୍ୟନ୍ତ 24 ଘଣ୍ଟିଆ ଅନଶନ ଜାରି ରହିବା ସହ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛି ସଂଗଠନ ।


ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details