ଓଡିଶା

odisha

ETV Bharat / state

କୋରୋନା କଟକଣା ପାଇଁ ଗାଇଗୋରୁଙ୍କୁ ପରିବା ଖୁଆଉଛନ୍ତି ସମ୍ବଲପୁର ଚାଷୀ - କୋଭିଡ କଟକଣା

କୋଭିଡ କଟକଣା ଯୋଗୁ ଚାଷୀମାନେ ପରିବା ବିକ୍ରି କରିନପାରି ଗାଈ ଗୋରୁଙ୍କୁ ପନିପରିବା ଖୁଆଇବାକୁ ବାଧ୍ୟ ହେଉଛନ୍ତି।

_farmers
କୋରୋନା କଟକଣା ପାଇଁ ଗାଇଗୋରୁଙ୍କୁ ପରିବା ଖୁଆଉଛନ୍ତି ସମ୍ବଲପୁର ଚାଷୀ

By

Published : Aug 1, 2020, 5:17 PM IST

ସମ୍ବଲପୁର: ରାଜ୍ୟରେ କୋରୋନା ମାମଲା ବୃଦ୍ଧିକୁ ନେଇ ବିଭିନ୍ନ ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି । ଏପଟେ କୋଭିଡ କଟକଣା ଯୋଗୁ ଚାଷୀମାନେ ପରିବା ବିକ୍ରି କରିନପାରି ଗାଈ ଗୋରୁଙ୍କୁ ପନି ପରିବା ଖୁଆଇବାକୁ ବାଧ୍ୟ ହେଉଛନ୍ତି।

କୋରୋନା କଟକଣା ପାଇଁ ଗାଇଗୋରୁଙ୍କୁ ପରିବା ଖୁଆଉଛନ୍ତି ସମ୍ବଲପୁର ଚାଷୀ

ସଟଡାଉନ ଓ ଲକଡାଉନ କଟକଣା ଯୋଗୁ ଗାଁ ହାଟ ବନ୍ଦ ହୋଇଯିବା ସହ ସହରରେ ମଧ୍ୟ ପାରିବା ମାର୍କେଟର ସମୟସୀମା ସଙ୍କୁଚିତ ହୋଇଛି। ଏଭଳି ପରିସ୍ଥିତିରେ ସମ୍ବଲପୁର ଜିଲ୍ଲାର ପରିବା ଚାଷୀ ପନିପରିବା ବିକ୍ରି କରିନପାରି ଗାଈ ଗୋରୁଙ୍କୁ ପରିବା ଖୁଆଇ ଦେଉଛନ୍ତି।

ଏପଟେ କୋରୋନା ଯୋଗୁ ଲୋକଙ୍କ ମାନସିକତା ଏମିତି ହୋଇଛି ଯେ ଅଚିହ୍ନା ଲୋକଙ୍କ ଠାରୁ କେହି ପରିବା କିଣୁ ନାହାନ୍ତି। ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ଠାକୁରମାଲ ଗାଁର ସୁଶାନ୍ତ ପ୍ରଧାନ ନାମକ ଜଣେ ଚାଷୀ ଗାଈ ଗୋରୁଙ୍କୁ ପରିବା ଖୁଆଉଥିବାର ଏକ ଭିଡିଓ ଭାଇରଲ ହୋଇଛି। ଏଥିପାଇଁ ଚାଷୀଙ୍କ ଏହି ସମସ୍ୟାର ସମାଧାନ ଶୀଘ୍ର କରାଯାଉ ବୋଲି ଦାବି ହେଉଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details