ଓଡିଶା

odisha

ETV Bharat / state

‘ଫାଇଲିନ’ ଯାଇ ‘ଫନି’ ଆସିଲାଣି, ତଥାପି ଚାଷୀଙ୍କୁ ମିଳିନି ବକେୟା ବୀମା

ଫାଇଲିନ ଓ ତିତିଲି ଯାଇ ଫନି ଆସିଲାଣି ହେଲେ, ଏଯାଏଁ ଚାଷୀଙ୍କୁ ମିଳିନି ଫାଇଲିନ କ୍ଷତିପୂରଣ । ଏଥିରେ ଉତ୍ତେଜିତ ହୋଇ ସମ୍ବଲପୁର ରେମେଡ କୋ ଅପରେଟିଭ ସୋସାଇଟିରେ ତାଲା ମାରି ଧାରଣାରେ ବସିଛନ୍ତି ଶହ ଶହ ଚାଷୀ ।

By

Published : May 3, 2019, 5:39 PM IST

Updated : May 3, 2019, 5:58 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ତିତିଲି ଯାଇ ଫନି ଆସିଲାଣି ହେଲେ , ଏଯାଏଁ ଚାଷୀଙ୍କୁ ମିଳିନି ଫାଇଲିନ କ୍ଷତିପୂରଣ । କିଛି ସରକାରୀ ବାବୁଙ୍କ ଅବହେଳା ଯୋଗୁଁ କରଜରେ ବୁଡିଚାଲିଛନ୍ତି 236 ଚାଷୀ । ଏଥିରେ ଉତ୍ତେଜିତ ହୋଇ ସମ୍ବଲପୁର ରେମେଡ କୋ ଅପରେଟିଭ ସୋସାଇଟିରେ ତାଲା ମାରି ଧାରଣାରେ ବସିଛନ୍ତି ଶହ ଶହ ଅନ୍ନଦାତା ତଥା ଚାଷୀ ।

ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

2 ବର୍ଷ ବିତିଯାଇଥିଲେ ସୁଦ୍ଧା ବକେୟା ବୀମା ଅର୍ଥ ନ ପାଇ ଚାଷୀ ଅସନ୍ତୋଷ। 2017ରେ ଫାଇଲିନ ଓ ଚକଡ଼ା ଯୋଗୁଁ କ୍ଷତି ସହିଥିବା ଚାଷୀଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ ଫସଲ ବୀମା ଟଙ୍କା । ଗଡ଼ମୁଣ୍ଡା ପଞ୍ଚାୟତର ବୁଡ଼ାକଟା, ଡେଙ୍ଗିମନଚା, ସିଲିପଥର, ଗରମୁଣ୍ଡା, ମହମ୍ମଦପୁର, ଗୋପାଲପାଲି, କାଇଁଶିର ଗାଁର 236 ଚାଷୀ ପ୍ରାୟ 1 କୋଟି ଟଙ୍କାର ବକେୟା ବୀମା ରାଶି ପାଇନାହାନ୍ତି। ଏ ନେଇ ସେମାନେ ପୂର୍ବରୁ ସବୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ସାରିଥିବା ସତ୍ତ୍ୱେ ଫଳ ଶୂନ୍ୟ । ଶେଷରେ ହତାସ ହୋଇ ଆନ୍ଦୋଳନ ବାଟ ଆପେଣଥିବା ନେଇ ଚାଷୀକୂଳ ଅଭିଯୋଗ କରିଛନ୍ତି ।

ଏପଟେ ଆସିଷ୍ଟାଣ୍ଟ ରେଜିଷ୍ଟର କୋ ଅପରେଟିବ ସୋସାଇଟିର ବିଭାଗୀୟ ଅଧିକାରୀ କହିଛନ୍ତି ଯେ, ପାଖାପାଖି 50 ପ୍ରତିଶତ ଚାଷୀଙ୍କ ନମ୍ବର ପୋର୍ଟାଲରେ ଅପଲୋଡ଼ ହୋଇନଥିବାରୁ ବୀମା ରାଶି ମିଳିପାରି ନାହିଁ। ଏପଟେ ବିଗତ 2 ବର୍ଷ ତଳର ବୀମା ରାଶି ମିଳିନଥିବା ବେଳେ ଏବେ ଫନି ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 3, 2019, 5:58 PM IST

For All Latest Updates

ABOUT THE AUTHOR

...view details