ଓଡିଶା

odisha

ETV Bharat / state

ରୋଗଗ୍ରସ୍ତ ପୁଅକୁ ପର କରିଦେଲେ ପରିବାର ଲୋକେ, ସହାୟତାର ହାତ ବଢାଇଲା ରେଡ୍‌କ୍ରସ୍‌ - A sick boy pleads for help

ଏକା ଏକା ଜୀବନ ସହ ସଂଗ୍ରାମ କରୁଛନ୍ତି 18 ବର୍ଷୀୟ ତ୍ରିଲୋଚନ । ଫାଇଲେରିଆ ହୋଇଥିବା ବେଳେ ଗୁପ୍ତାଙ୍ଗରେ ଗଭୀର ସଂକ୍ରମଣର ଶିକାର ତ୍ରିଲୋଚନ । ଚିକିତ୍ସା ପାଇଁ ଯିବ କଟକ ବଡ଼ ମେଡିକାଲ । ଅଧିକ ପଢନ୍ତୁ

ରୋଗଗ୍ରସ୍ତ ପୁଅକୁ ଏକା ଛାଡି ଦେଲେ ପରିବାର ଲୋକେ , ସହାତାର ହାତ ବଢାଇଲା ରେଡ କ୍ରସ
ରୋଗଗ୍ରସ୍ତ ପୁଅକୁ ଏକା ଛାଡି ଦେଲେ ପରିବାର ଲୋକେ , ସହାତାର ହାତ ବଢାଇଲା ରେଡ କ୍ରସ

By ETV Bharat Odisha Team

Published : Oct 12, 2023, 7:05 AM IST

ରୋଗଗ୍ରସ୍ତ ପୁଅକୁ ଏକା ଛାଡି ଦେଲେ ପରିବାର ଲୋକେ , ସହାତାର ହାତ ବଢାଇଲା ରେଡ କ୍ରସ

ସମ୍ବଲପୁର: ରୋଗାଗ୍ରସ୍ତ ହେବା ପରେ ପୁଅକୁ ବି ପର କରି ଦେଲେ ପରିବାର ଲୋକେ । ରୋଗାଗ୍ରସ୍ତ ସମୟରେ ମଧ୍ୟ ହାତ ଛାଡ଼ିଦେଇଛି ପରିବାର ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବୁର୍ଲା ମେଡିକାଲରୁ । ଦୀର୍ଘ ଦିନ ଧରି 18 ବର୍ଷୀୟ ତ୍ରିଲୋଚନ ମାଝୀ ନାମକ ଦୂରାରୋଗ୍ୟରେ ପୀଡ଼ିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ସଂଗ୍ରାମ । ଏହି ସମୟରେ ପରିବାର ଲୋକେ ମଧ୍ୟ ପର କରି ଦେଇଛନ୍ତି ।

ସୂଚନା ଯୋଗ୍ୟ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଆନ୍ତର୍ଗତ ଶ୍ରିପୁର ଅଞ୍ଚଳ ସିନାନ ଗ୍ରାମ କରଞ୍ଜ ମାଝୀଙ୍କ 18 ବର୍ଷୀୟ ପୁଅ ତ୍ରିଲୋଚନ ମାଝୀ କିଛି ଦିନ ହେଲା ରୋଗରେ ପୀଡ଼ିତ ଅଛନ୍ତି । ବିଗତ କିଛି ମାସ ହେଲା ତ୍ରିଲୋଚନଙ୍କ ବାମ ଗୋଡ଼ ଫେଲେରିଆ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ଗୁପ୍ତାଙ୍ଗରେ ଗଭୀର ଭାବେ ସଂକ୍ରମିତ ହୋଇଛି । ଏହିଭଳି ସ୍ଥିତିରେ ତାଙ୍କ ପରିବାର ଲୋକେ ତାଙ୍କର ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ପରିବାର ଲୋକେ । ଏପରିକି ତ୍ରିଲୋଚନଙ୍କୁ ତାଙ୍କର ନିଜର ବଡ଼ ଭାଇ ମାଡ଼ ମାରିବା ସହ ଘରୁ ବାହାର କରି ଦେଇଥିବା ଅଭିଯୋଗ କରିଛନ୍ତି । ଏହାପରେ ସେ କୌଣସି ପ୍ରକାରେ ବୁର୍ଲା ମେଡିକାଲକୁ ଆସି ଡାକ୍ତରଙ୍କୁ ନିଜର ରୋଗ ବିଷୟରେ ଜଣାଇ ଥିଲେ ।

ଏହା ମଧ୍ୟ ପଢନ୍ତୁ....ସମୁଦ୍ରରେ ବୁଡି ଆଉ ଯିବନି ପର୍ଯ୍ୟଟକଙ୍କ ଜୀବନ ! ଲାଇଫ ଗାର୍ଡ ନେଲେ ଅତ୍ୟାଧୁନିକ ପ୍ରଶିକ୍ଷଣ


ମିଳିଥିବା ସୂଚନା ଅନୁସାରେ ତାଙ୍କୁ ଫାଇଲେରିଆ ହୋଇଥିବା ବେଳେ ତାଙ୍କ ଗୁପ୍ତାଙ୍ଗରେ ଗଭୀର ସଂକ୍ରମଣ ହୋଇଥିବାରୁ ୟୁରୋଲୋଜି ବିଭାଗରେ ମଧ୍ୟ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ରୋଗ ଗମ୍ଭୀର ହୋଇଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀର ଆବଶ୍ୟକତା ଥିବାରୁ ତାଙ୍କୁ କଟକ ରେଫର କରାଯାଇଛି । ତେବେ ତ୍ରିଲୋଚନଙ୍କ ସହ କେହି ନଥିବାରୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ରେଡ୍‌କ୍ରସ ସହାୟତାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି DSSO ଥବୀର ମହାନନ୍ଦ । ଘର ଲୋକ ତ୍ରିଲୋଚନଙ୍କୁ ପରିତ୍ୟାଗ କରିଥିବା ବେଳେ ସମ୍ବଲପୁର ବୁର୍ଲାର ବିଶିଷ୍ଟ ସମାଜସେବୀ ତଥା ରେଡ୍‌କ୍ରସ୍‌ ସଦସ୍ୟ ନିହାଲ ସିଂ ତାଙ୍କର ସବୁ ଯତ୍ନ ନେଇ ଆସୁଛନ୍ତି । ଆଗକୁ ମଧ୍ୟ ତାଙ୍କର ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦିଆଯିବ ବୋଲି ନିହାଲ ସିଂ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details