ସମ୍ବଲପୁର :ସମ୍ବଲପୁର ଟାଉନ ଥାନା ଅଧିକାରୀ ରମେଶ ଦୋରାଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି ହାଇକୋର୍ଟର ଜଣେ ଆଇନଜୀବୀ। ସମ୍ବଲପୁର ଟାଉନ ଥାନା ଅଧିକାରୀ ଯିଏ ବର୍ତ୍ତମାନ ଡିଏସପି ପଦୋନ୍ନତି ପାଇ ସାରିଛନ୍ତି ତେବେ ତାଙ୍କର ପୋଷ୍ଟିଂ ଏପର୍ଯ୍ୟନ୍ତ ହୋଇନାହିଁ । ସେ 2ଟି ଜାତିର ହୋଇଥିବା ସରକାରୀ ଦସ୍ତାବିଜରେ ଉଲ୍ଲେଖ ଥିବା ଆଇନଜୀବୀ ସୁରେନ୍ଦ୍ର ମହାପାତ୍ର କହିଛନ୍ତି ।
ସମ୍ବଲପୁର ଟାଉନ ଥାନା ଅଧିକାରୀଙ୍କ ନାଁରେ ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗ - ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ
ସମ୍ବଲପୁର ଟାଉନ ଥାନା ଅଧିକାରୀଙ୍କ ନାଁରେ ଜାତି ପ୍ରମାଣ ପତ୍ର ଜାଲିଆତି ଅଭିଯୋଗ । ଘଟଣାର ତଦନ୍ତ ଏସଡିପିଓଙ୍କ ଦ୍ଵାରା କରାଯାଉଛି କହିଲେ ଏସପି । ଅଧିକ ପଢନ୍ତୁ...
ସେ ଜାତି ପ୍ରମାଣପତ୍ରରେ ଜାଲିଆତି କରି ଥାଇପାରନ୍ତି ବୋଲି ସନ୍ଦେହ କରି ସତ୍ୟର ଉନ୍ମୋଚନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହାସହ ରାଷ୍ଟ୍ରପତିଙ୍କୁ ମଧ୍ୟ ଚିଠି କରିଥିବା ସେ କହିଛନ୍ତି। ଏନେଇ ସମ୍ବଲପୁର ଏସପି ବତୁଲା ଗଙ୍ଗାଧର କହିଛନ୍ତି ଯେ ସମ୍ବଲପୁର ସଦର ଏସଡିପିଓଙ୍କ ଦ୍ଵାରା ତଦନ୍ତ କରାଯାଉଛି । ଟାଉନ ଥାନା ଆଇଆଇ ସି ରମେଶ ଦୋରା କିଣିଥିବା ଦୁଇଟି ଜମିର ପଟାରେ ଦୁଇଟି ଜାତି କିଭଳି ହେଲା ବୋଲି ହାଇକୋର୍ଟରେ ଅଭିଯୋଗ ହୋଇଛି। ଟାଉନ ଥାନା ଅଧିକାରୀଙ୍କ ମୂଳ ଜାତି ତେଲେଙ୍ଗା ଯାହାକି ଓବିସି/ ଏସିବିସିରେ ଆସୁଥିବା ବେଳେ ଦୋରା ଚାକିରୀ ସମୟରେ ଦାଖଲ କରିଥିବା ଜାତି ସାର୍ଟିଫିକେଟରେ ନିଜକୁ କଣ୍ଡ ଦର୍ଶାଇଥିଲେ । ଯାହାକି ଟଫସିଲ ଭୁକ୍ତ ଜନଜାତି ଦର୍ଶାଇ ଥୁବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଜାତି ଜାଲିଆତି କରି ଚାକିରୀ ହାତେଇଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ତାଙ୍କ ନାଁରେ । ଏହି ଜାତି ଜାଲିଆତି ଅଭିଯୋଗରେ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଛି । ପୋଲିସ ଡିଜି,ଏସପି ସମ୍ବଲପୁର, ଉତ୍ତରାଞ୍ଚଳ ଆରଡିସି, ଗୃହ ସଚିବ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ସହ ଡିଏପି ଦୋରାଙ୍କୁ ଏହି ଦୁଇ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।ଏହି ଘଟଣା ସାମ୍ନାକୁ ଆସିବାପରେ ସମ୍ବଲପୁର ଏସପି ଏହାର ତଦନ୍ତ ଦାୟିତ୍ବ ସଦର ଏସଡିପିଓଙ୍କୁ ଦେଇଛନ୍ତି । ତେଵେ ଏନେଇ ହାଇକୋର୍ଟରୁ ସମ୍ବଲପୁର ଏସପିଙ୍କ ପାଖକୁ ନୋଟିସ ହୋଇନାହିଁ ବୋଲି ଏସ ପି କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ