ଓଡିଶା

odisha

By

Published : Oct 30, 2022, 10:21 PM IST

ETV Bharat / state

କନ୍ଧମାଳରୁ ସୁନ୍ଦରଗଡକୁ ହେଉଥିଲା ଗଞ୍ଜେଇ ଚାଲାଣ, ସମ୍ବଲପୁରରେ ମାଡିବସିଲା ଅବକାରୀ ବିଭାଗ

ସିକ୍ରେଟ ଚାମ୍ବରରେ କନ୍ଧମାଳରୁ ସୁନ୍ଦରଗଡକୁ ହେଉଥିଲା ଗଞ୍ଜେଇ ଚାଲାଣ। ସମ୍ବଲପୁରରେ ମାଡି ବସିଲା ଅବକାରୀ ବିଭାଗ। 11 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ବେଳେ 5ଜଣଙ୍କୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ

କନ୍ଧମାଳରୁ ସୁନ୍ଦରଗଡକୁ ହେଉଥିଲା ଗଞ୍ଜେଇ ଚାଲାଣ
କନ୍ଧମାଳରୁ ସୁନ୍ଦରଗଡକୁ ହେଉଥିଲା ଗଞ୍ଜେଇ ଚାଲାଣ

ସମ୍ବଲପୁର: ଅବକାରୀ ବିଭାଗକୁ ପୁଣି ସଫଳତା। ପୁଣି ସମ୍ବଲପୁର ଧମା ରାଜ୍ୟରାଜପଥ 15ରେ ଗାଡ଼ିରେ ସିକ୍ରେଟ ଚ୍ୟାମ୍ବର କରି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଚଢାଉ କରାଯାଇ 5ଜଣଙ୍କୁ ଗିରଫ କରାଯାଇଛି । ଗତକାଲି 52 କେଜିର ଗଞ୍ଜେଇ ଜବତ କରାଯିବା ସହ 3 ଜଣଙ୍କୁ ଗିରଫ କରାଯାଇଥିଲା ।

କନ୍ଧମାଳରୁ ସୁନ୍ଦରଗଡକୁ ହେଉଥିଲା ଗଞ୍ଜେଇ ଚାଲାଣ

ସୂଚନାଅନୁସାରେ, ସମ୍ବଲପୁର ଅବକାରୀ ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଇନ୍ସପେକ୍ଟର ଶଶିକାନ୍ତ ଦତ୍ତଙ୍କ ନେତୃତ୍ୱରେ ଅବକାରୀ ବିଭାଗର ଏକ ଟିମ ଧମା ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ବୋଲେରୋ ଗାଡିରୁ 11 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ: Chhath Puja: ମହାନଦୀ କାଠଯୋଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼, ସୂର୍ଯ୍ୟ ଦେବତାଙ୍କୁ କଲେ ଆରାଧନା

ସମ୍ବଲପୁର ସହର ଦେଇ ଯାଉଥିବା ରାସ୍ତା ଏବେ ଗଞ୍ଜେଇ ମାଫିଆଙ୍କ ଚୋରା ଚାଲାଣର ପ୍ରମୁଖ ରୁଟ୍‌ ପାଲଟିଛି । ଏବେ ଲଗାତାର 2 ଦିନ ହେଲା ଏହି ରୁଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ରବିବାର ଅବକାରୀ ଅଧିକାରୀଙ୍କ ହାତରେ ଧରାପଡିଛି । ଗତକାଲି 3 ଜଣ ଉତ୍ତର ପ୍ରଦେଶରୁ ଯୁବକ ଗିରଫ ହୋଇଥିବା ବେଳେ ଆଜି ପୁଣି 5 ଜଣ ଯୁବକ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି । ଏକ ବୋଲେରୋ ଗାଡ଼ିରେ ସିକ୍ରେଟ ଚ୍ୟାମ୍ବର କରି ଏହି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା । ତେବେ ଏହି ଗଞ୍ଜେଇ କନ୍ଧମାଳର ଫିରିଙ୍ଗିଆରୁ ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ନେଇ ସୂଚନା ରହିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତମାନେ ଫିରିଙ୍ଗିଆର ବୋଲି ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ମୁଖୀ, ନବଘନ କହଁର, ସୁରଞ୍ଜନ କହଁର, ଦୟାନିଧି କହଁର ଓ ସାନନ୍ଦ କହଁର । ଜବତ ଗଞ୍ଜେଇର ମୁଲ୍ୟ ପ୍ରାୟ 11 ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ବିଭାଗର ଡେପୁଟି କମିଶନର।

ଏହା ମଧ୍ୟ ପଢନ୍ତୁ: ସିକ୍ରେଟ ଚାମ୍ବରରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ
ସୂଚନାଯୋଗ୍ୟ ଯେ, ଗତକାଲି(ଶନିବାର) ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ରାଜ୍ୟ ରାଜପଥର ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀ ସମ୍ମୁଖରୁ ଏକ ଗାଡି ଉପରେ ଚଢାଉ କରି 52 କେଜି ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ କରାଯାଇଥିଲା । ଜବତ ହୋଇଥିବା ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ 15 ଲକ୍ଷ ହେବ ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିମଳେନ୍ଦୁ ସିଂ, ସୁନୀଲ କୁମାର ସିଂ ଏବ୍ଂ ଗୁରୁ ପ୍ରସାଦ ସିଂ । ସମସ୍ତେ ଉତ୍ତର ପ୍ରଦେଶର ବୋଲି ଜଣାପଡ଼ିଛି । ଏହି ଗଞ୍ଜେଇ କନ୍ଧମାଳର ବାଲିଗୁଡାରୁ ଉତ୍ତର ପ୍ରଦେଶର ବନାରସକୁ ଚୋରା ଚାଲାଣ ହେଉଥିଲା ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details