ସମ୍ବଲପୁର: ରାଜଧାନୀରେ ପୁଣି ଗର୍ଜିବ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ । 8 ଦଫା ଦାବି ପୂରଣ ନହେଲେ ଆସନ୍ତା ଆସନ୍ତା ଡିସେମ୍ବର 27ରୁ ଭୁବନେଶ୍ୱର ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବ ଓଡିଶା ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ମହାସଂଘ l ଏନେଇ ସମ୍ବଲପୁର ନନ୍ଦପଡା ସ୍ଥିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏକ ବୈଠକରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଆସନ୍ତା ଡିସେମ୍ବର 27 ତାରିଖରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘ ଏହି ଆନ୍ଦୋଳନ କରିବ ବୋଲି କୁହାଯାଇଛି l ପ୍ରଥମ ଦିନରେ ଏକ ସଭା ହେବା ପରେ ଧାରଣାରେ ବସିବ ସଂଘ l ଗତକାଲି(ରବିବାର) ସମ୍ବଲପୁରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ ବୈଠକ ପରେ ସଂଘ ଏହି ନିଷ୍ପତ୍ତି ନିଆଯାଇଛି l ଏହା ଦ୍ୱାରା ସବୁ ସ୍କୁଲ ଗୁଡ଼ିକ ପ୍ରଭାବିତ ହେବେ ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି l ତେଣୁ ରାଜ୍ୟ ସରକାର ଏହି ଆନ୍ଦୋଳନ ପୂର୍ବରୁ ସମସ୍ତ 8ଟି ଯାକ ଦାବି ପୂରଣ କରନ୍ତୁ ନହେଲେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚେତାବନୀ ଦେଇଛି ସଂଘ l