ଓଡିଶା

odisha

ETV Bharat / state

କୁଚିଣ୍ଡାରେ ଜବରଦଖଲ ଉଚ୍ଛେଦ, ଜବରଦଖଲକାରୀ-ପୋଲିସ ମୁହାଁମୁହିଁ - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନରେ ଜବରଦଖଲ ଉଚ୍ଛେଦ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ । ଉଚ୍ଛେଦ ସମୟରେ ଜବରଦଖଲକାରୀ ଓ ପୋଲିସ ମୁହାଁମୁହିଁ । ଅଧିକ ପଢ଼ନ୍ତୁ

eviction drive in kuchinda
କୁଚିଣ୍ଡାରେ ଜବରଦଖଲ ଉଚ୍ଛେଦ

By ETV Bharat Odisha Team

Published : Aug 27, 2023, 8:22 PM IST

କୁଚିଣ୍ଡାରେ ଜବରଦଖଲ ଉଚ୍ଛେଦ

ସମ୍ବଲପୁର: କୁଚିଣ୍ଡା ଟାଉନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ସହରର ମୁଖ୍ୟ ରାସ୍ତା ଗୁଡ଼ିକରେ ଜବରଦଖଲକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଖାଲି କରାଯାଇଛି । ଉଚ୍ଛେଦ ସମୟରେ ଜବରଦଖଲକାରୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଜବରଦଖଲକାରୀ ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁଇ ଜବରଦଖଲକାରୀଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ:ଆଶ୍ରମ ଜମି ଉପରେ ପାଚେରୀ ନିର୍ମାଣକୁ ବିରୋଧ, ତହସିଲ କାର୍ଯ୍ୟାଳୟ ଘେରିଲେ ଅନ୍ତେବାସୀ

ଏହା ମଧ୍ୟ ପଢ଼ନ୍ତୁ:50 ବର୍ଷର ବେଆଇନ ଜବରଦଖଲକୁ ଉଚ୍ଛେଦ କଲା ପ୍ରଶାସନ, ଘଟଣାସ୍ଥଳରେ ଉତ୍ତେଜନା

ଏହା ମଧ୍ୟ ପଢ଼ନ୍ତୁ:ଆଇନ ଭାଙ୍ଗୁଛନ୍ତି କର୍ପୋରେଟରଙ୍କ ସମ୍ପର୍କୀୟ, ରାଜଧାନୀରେ ମାଳ ମାଳ ଅଭିଯୋଗ ଫର୍ଦ୍ଦ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଟାଉନରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସର ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଥିଲା । କୁଚିଣ୍ଡା ସହରର ଷ୍ଟେଟ ବ୍ୟାଙ୍କ ଛକ ସହ ତହସିଲ ଅଫିସ ନିକଟରୁ ପ୍ରଥମେ ଜବରଦଖଲ ଉଛେଦ ଆରମ୍ଭ ହୋଇଥିଲା । ସକାଳୁ ସବୁ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ବେଳେ ତହସିଲ ଅଫିସ ନିକଟରେ ଉଚ୍ଛେଦ ହେବା ସମୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଜବରଦଖଲକାରୀ ପୋଲିସ ଓ ପ୍ରଶାସନର ଉପସ୍ଥିତ ଅଧିକାରୀଙ୍କ ସହ ଧସ୍ତାଧସ୍ତି ଓ ପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଜବରଦଖଲକାରୀଙ୍କ ଉପରକୁ ଲାଠି ଚାର୍ଜ କରିଥିଲା । ଏଥିସହ ଦୁଇ ଜଣଙ୍କୁ ଉଠାଇ ନେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ଗୋଚର ଭୂମି ଜବରଦଖଲ ଉଚ୍ଛେଦ, ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ଏହା ମଧ୍ୟ ପଢ଼ନ୍ତୁ:ସମ୍ବଲପୁରରେ ଜବରଦଖଲ ଉଚ୍ଛେଦ ଜାରି, ବିସ୍ଥାପିତଙ୍କୁ ଥଇଥାନ କରାଯାଉନଥିବା ଅଭିଯୋଗ


ଘଟଣା ସ୍ଥଳରେ ଜଣେ ଟିଭି ସାମ୍ବାଦିକ ଏହି ଖବର ଉତ୍ତୋଳନ କରୁଥିବା ବେଳେ ସାମ୍ବାଦିକଙ୍କୁ କେତେକ ପୋଲିସ ଦୁର୍ବ୍ୟବହାର କରିବା ସହ ତାଙ୍କ ମୋବାଇଲ ଛଡେଇ ନେଇଥିଲେ । ବୁଝାମଣା ପରେ ମୋବାଇଲ ଫେରାଇଛନ୍ତି ଏସଡିପିଓ ଅମିତାଭ ପଣ୍ଡା । ଅନ୍ୟପଟେ ପୋଲିସ ଉପରେ ଆକ୍ରମଣ କରିଥିବା 2 ଜବରଦଖଲକାରୀଙ୍କୁ ପୋଲିସ ଅଟକ ରଖିଛି । ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details