ସମ୍ବଲପୁର: କୋଭିଡ କାଳରେ ଆମ୍ବ ଚାଷୀଙ୍କୁ ପ୍ରୋତ୍ସାହନ । ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ ଭଲ ଆମ୍ବ ଉତ୍ପାଦିତ ହୋଇଛି । ମାତ୍ର କୋରୋନା ପାଇଁ ଭଲ ବ୍ୟବସାୟ ହୋଇ ନାହିଁ । ଫଳରେ ଆମ୍ବଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସହରର 5ଟି ସ୍ଥାନରେ ଆରମ୍ଭ ହୋଇଛି ଗାଁ ଆମ୍ବ ପସରା ।
କୋଭିଡ ଓ ଲକଡାଉନରେ ଆମ୍ବ ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହୋଇଛି । କିପରି ଆମ୍ବ ବିକ୍ରି ହେବ ଚାଷୀ ଦୁଇ ପଇସା ରୋଜଗାର କରିବେ ସେ ନେଇ ପଲ୍ଲିଶ୍ରୀ, ଓରମାସ ,ମିଶନ ଶକ୍ତି ଓ ଜିଲ୍ଲାପ୍ରଶାସନର ମିଳିତ ଆନୁକୂଲ୍ୟରେ ସମ୍ବଲପୁର ସହରରେ ଆରମ୍ଭ ହୋଇଛି ଗାଁ ଆମ୍ବ ପସରା । ମହାନଗର ଅଧୀନରେ 5ଟି ସ୍ଥାନରେ ଏହି ଆମ୍ବ ପସରା ବସିଛି । ପ୍ରତ୍ୟେକ ସ୍ଥାନରେ ଦୁଇଟି ଲେଖା ଷ୍ଟଲ ପଡିଛି । ଅଇଁଠାପାଲି ପିଏଚଡି ପଡିଆ, ଶାନ୍ତିନଗର, ମହିଳାଥାନା ସମ୍ମୁଖରେ ,ଟାଉନହଲ ସମ୍ମୁଖରେ ଓ ଗୋବିନ୍ଦତୋଳାଠାରେ ଏହି ଆମ୍ବ ପସରା ଖୋଲାଯାଇଛି ।