ସମ୍ବଲପୁର: ରେଢାଖୋଲ ଉପଖଣ୍ଡର ଭୀମ ଭୋଇ ଛକରେ ଏନକାଉଣ୍ଟର । କେତେକ ସୂତ୍ରରୁ ଖବର ପାଇ ଏକ ଡକାୟତ ଗ୍ୟାଙ୍ଗକୁ ପିଛା କରୁଥିଲା ବଲାଙ୍ଗୀର ପୋଲିସ । ଏତିକି ବେଳେ ସେମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିମାଡ କରି 8 ଜଣ ଡକାୟତକୁ ପୋଲିସ କାବୁ କରିଥିବା ସୂଚନା ମିଳିଛି।
ରେଢାଖୋଲରେ ଏନକାଉଣ୍ଟର, 8 ଡକାୟତଙ୍କୁ ଗିରଫ କଲା ପୋଲିସ - ସମ୍ବଲପୁର ରେଢାଖୋଲ
ରେଢାଖୋଲ ଉପଖଣ୍ଡର ଭୀମ ଭୋଇ ଛକରେ ଏନକାଉଣ୍ଟର । କେତେକ ସୂତ୍ରରୁ ଖବର ପାଇ ଏକ ଡକାୟତ ଗ୍ୟାଙ୍ଗକୁ ପିଛା କରୁଥିଲା ବଲାଙ୍ଗୀର ପୋଲିସ । ଏତିକି ବେଳେ ସେମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳିମାଡ କରି 8 ଜଣ ଡକାୟତକୁ ପୋଲିସ କାବୁ କରିଥିବା ସୂଚନା ମିଳିଛି।

ରେଢାଖୋଲରେ ଏନକାଉଣ୍ଟର, 8 ଡକାୟତଙ୍କୁ ଗିରଫ କଲା ପୋଲିସ
ରେଢାଖୋଲରେ ଏନକାଉଣ୍ଟର, 8 ଡକାୟତଙ୍କୁ ଗିରଫ କଲା ପୋଲିସ
ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ବଲାଙ୍ଗୀର ପୋଲିସ ଓ ରେଢାଖୋଲ ପୋଲିସ ମିଳିତ ଭାବେ ଏହି ଏନକାଉଣ୍ଟର କରିଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ତେବେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ସମ୍ବଲପୁରରୁ ବାଦଶାହା ଜୁଶ୍ମନ ରଣା, ଇଟିଭି ଭାରତ