ଓଡିଶା

odisha

By

Published : Jul 24, 2022, 7:06 PM IST

ETV Bharat / state

ପ୍ରମାଣ ନଷ୍ଟ ପାଇଁ ହାତୀକୁ ପୋଡିଲେ ଶିକାରୀ

ସମ୍ବଲପୁର ଧମା ରେଞ୍ଜ ଜଙ୍ଗଲରୁ ହାତୀର ପୋଡା କଙ୍କାଳ ଠାବ କରିଛି ଏସଟିଏଫ । ଦାନ୍ତ ଶୀକାର କରିବା ପରେ ଦୁର୍ବୃତ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ପ୍ରମାଣ ନଷ୍ଟ ପାଇଁ ହାତୀକୁ ପୋଡିଲେ ଶିକାରୀ
ପ୍ରମାଣ ନଷ୍ଟ ପାଇଁ ହାତୀକୁ ପୋଡିଲେ ଶିକାରୀ

ସମ୍ବଲପୁର: ଧମା ରେଞ୍ଜର ଦୁଇଟି ଜଙ୍ଗଲରୁ ହାତୀର ପୋଡା କଙ୍କାଳ ଠାବ କରିଛି ଏସଟିଏଫ । ଦୁର୍ବୃତ୍ତମାନେ ହାତୀ ଶୀକାର କରି ଦାନ୍ତ କାଟିନେବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ହାତୀର ମୃତ ଦେହକୁ ପୋଡି ଦେଇଥିବା ଅନୁମାନ କରିଛି ବନବିଭାଗ ।

ପ୍ରମାଣ ନଷ୍ଟ ପାଇଁ ହାତୀକୁ ପୋଡିଲେ ଶିକାରୀ

ଧମା ରେଞ୍ଜ ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ହାତୀର ପୋଡା କଙ୍କାଳ । କ୍ରାଇମବ୍ରାଞ୍ଚ ଏସଟିଏଫର ଆଜି ସକାଳୁ ସ୍ଥାନୀୟ ବନ ବିଭାଗ ସହ ସମ୍ବଲପୁର ଜିଲ୍ଲାର ଧମା ରେଞ୍ଜର ତବଳେଇ -ଦେଓଗାଁ ସଂରକ୍ଷିତ ଜଙ୍ଗଲ ଓ କୋଲଗାଁ ସଂରକ୍ଷିତ ଜଙ୍ଗଲରୁ ହାତୀର କଙ୍କାଳ ପୋଡା ଯାଇଥିବା କଙ୍କାଳ ଠାବ କରାଯାଇଛି । ଶିକାରୀ ମାନେ ହାତୀର ଦାନ୍ତ ଶୀକାର କରିବା ପରେ ଦାନ୍ତ ନେଇ ପ୍ରମାଣ ଲୁଚେବାକୁ ହାତୀର ମୃତ ଦେହକୁ ପୋଡି ଦେଇଥିବାର ଆଶଙ୍କା କରାଯାଉଛି । ବନ ବିଭାଗ କର୍ମଚାରୀ ସକ୍ରିୟ ଥବାବେଳେ ଶିକାରୀମାନେ କିପରି ଏଭଳି କାଣ୍ଡ ଭିଆଇଲେ ତାହା ସାଧାରଣରେ ପ୍ରଶ୍ନ ଉଠିଛି । ଶିକାରୀ ମାନଙ୍କ ସହ ବନ ବିଭାଗର କର୍ମଚାରୀ ମାନେ ଏହି କାଣ୍ଡରେ ସାମିଲ ଥିବା ଅଭିଯୋଗ ହୋଇଛି । ପ୍ରାୟ ତିନି ବସ୍ତା ହାତୀ କଙ୍କାଳ ଜବତ ହୋଇଛି ।

ପ୍ରମାଣ ନଷ୍ଟ ପାଇଁ ହାତୀକୁ ପୋଡିଲେ ଶିକାରୀ

ପ୍ରଥମେ ଶିକାରୀ ମାନେ ଆସି ହାତୀକୁ ମାରି ତାର ଦାନ୍ତ ନେଇ ପଳାଇ ଥିବା ବେଳେ ବନ ବିଭାଗର କେତେକ ଅସାଧୁ କର୍ମଚାରୀ ହାତୀ ମୃତ ଦେହର ପ୍ରମାଣ ନଷ୍ଟ କରିବା ପାଇଁ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଜାତୀୟ ରାଜପଥ ପାଖ ଦେଇ ଯାଇଥିବା ଜଙ୍ଗଲ ନିକଟରେ ହାତୀର ମୃତ ଦେହକୁ ଭଲ ଭାବରେ ପୋଡାଯାଇଥିବା ସହିତ ଜାତୀୟ ରାଜପଥଠୁ ଦୂର ଘଞ୍ଚ ଜଙ୍ଗଲ ଭିତରେ ହାତୀକୁ ଅଧା ପୋଡାଯାଇଥିବା କହିଛନ୍ତି ପରିବେଶବିତ ଶୁଭେନ୍ଦୁ ମଲ୍ଲିକ । ତେବେ ଏବାବଦରେ ଡିଏଫଓ ଅବଗତ ରହିଛନ୍ତି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ । ଏନେଇ ଡିଏଫଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ଶୁଭେନ୍ଦୁ । ଯେଉଁ ଯେଉଁ ସ୍ଥାନରୁ ହାତୀର ପୋଡା କଙ୍କାଳ ଠାବ ହୋଇଛି ତାହାର ଯାଞ୍ଚ ପାଇଁ ଭୁବନେଶ୍ବର OUATକୁ ପଠାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।


ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details