ସମ୍ବଲପୁର:ହାତୀ ଉପଦ୍ରବରେ ବେହାଲ ସମ୍ବଲପୁର ଜିଲ୍ଲାର ଯୁଜୁମୁରା ଅଞ୍ଚଳ। କେତେବେଳେ ହାତୀ ମଣିଷ ମାରୁଛି ତ ଆଉ କେତେବେଳେ ଘର ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହି ହାତୀପଲ ସ୍ଥାନୀୟ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଯୁଜୁମୁରା ବ୍ଲକର କୁକୁଡ଼ାପାଲି ପଞ୍ଚାୟତରେ ଧାନ ଅମଳ ହେବା ସମୟରେ ହାତୀପଲ ପ୍ରାୟ 70 ଏକର ଜମିର ଧାନ ଖାଇ ଯାଇଛନ୍ତି।
ନଷ୍ଟ ହୋଇଯାଇଛି ଏକର ଏକର ଜମିର ଅମଳ କ୍ଷମ ଧାନ ଫସଲ। ବିଳମ୍ବିତ ରାତିରେ ପ୍ରାୟ 10ଟି ହାତୀ ଯୁଜୁମୁରା ଅଞ୍ଚଳକୁ ଆସି ଧାନ ଫସଲ ଖାଇ ଯାଉଛନ୍ତି। 2ଦିନ ହେଲା ଏହି ଅଞ୍ଚଳରେ ଏକ ହାତୀପଲଙ୍କ ଉତ୍ପାତ ବଢ଼ିଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଆଖପାଖ ଅଞ୍ଚଳରେ ଶିଳ୍ପାୟନ ଓ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀ ଏହି ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଆସି ଯାଉଥିବା ଅଭିଯୋଗ ହୋଇଛି।