ସମ୍ବଲପୁର: ପୁଣି ପୋଖରୀ ପଙ୍କରେ ଫସିଲା ଦନ୍ତାହାତୀ । ସମ୍ବଲପୁର ବନଖଣ୍ଡର ପଡିଆବାହାଲ ରେଞ୍ଜର ସାପଲହରା ନିକଟରେ ଥିବା ଏକ ପୋଖରୀ ପଙ୍କ ମଧ୍ୟରେ ଫସିଛି ଦନ୍ତାହାତୀ । ତେବେ ଏହି ଦନ୍ତାହାତୀଟି କିଛିଦିନ ହେବ ଅସୁସ୍ଥ ଥିବାବେଳେ ଏହି ଅଞ୍ଚଳରେ ବୁଲାବୁଲି କରୁଥିଲା । ତେବେ ପାଣି ପିଇବା ପାଇଁ ଆସି ପୋଖରୀରେ ଥିବା ପଙ୍କରେ ଫସି ଯାଇଛି ଅସୁସ୍ଥ ଦନ୍ତାହାତୀ । ଅନ୍ୟପକ୍ଷରେ ଦନ୍ତାର ସାମ୍ନାପଟର ଗୋଟିଏ ଗୋଡଟି ଠିକ ନଥିବାରୁ ପୋଖରୀରେ ପଙ୍କରେ ଫସି ରହିଛି । ଘଟଣା ସ୍ଥଳରେ ବନବିଭାଗର ଟିମ ପହଞ୍ଚି ଦନ୍ତାହାତୀକୁ ପଙ୍କ ମଧ୍ୟରୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ପାଣି ପିଇବାକୁ ଆସି ପୋଖରୀରେ ଫସିଛି ହାତୀ - elephant Stuck In Pond
ପୋଖରୀର ପଙ୍କ ମଧ୍ୟରେ ଫସି ରହିଛି ଅସୁସ୍ଥ ଦନ୍ତାହାତୀ । ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ ଜାରି । ଅଧିକ ପଢନ୍ତୁ
ପୋଖରୀ ପଙ୍କରେ ଫସି ରହିଛି ଦନ୍ତା
ପୋଖରୀ ପଙ୍କରେ ଫସି ରହିଛି ଦନ୍ତା
ଇଟିଭି ଭାରତ, ସମ୍ବଲପୁର