ଓଡିଶା

odisha

ନାକଟିଦେଉଳରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

By

Published : Oct 20, 2019, 10:57 PM IST

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଅଞ୍ଚଳରୁ ଗୋଟିଏ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତଟିର ବୟସ ପାଖାପାଖି 8 ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରିଛି ।

ନାକଟିଦେଉଳରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ସମ୍ବଲପୁର: ପୁଣି ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର । ରେଢାଖୋଲ ଉପଖଣ୍ଡ ନାକଟିଦେଉଳର ରାଇଲ ଗାଁ ନିକଟରୁ ହାତୀଟିର ମୃତଦେହ ଉଦ୍ଧାର କରାଯାଇଛି ।

ନାକଟିଦେଉଳରୁ ଦନ୍ତାହାତୀର ମୃତଦେହ ଉଦ୍ଧାର

ହାତୀଟିକୁ ପାଖାପାଖି 8 ବର୍ଷ ହେବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ । ଦୀର୍ଘ ଦିନରୁ ହାତୀର କାନ ପାଖରେ ଘା’ ହୋଇଥିଲା । ତେଣୁ ଅସୁସ୍ଥ ହୋଇ ସ୍ଥାନୀୟ ଅଞ୍ଚଳରେ ଦନ୍ତା ବୁଲାବୁଲି କରୁଥିଲା । ଘା’ ସଂକ୍ରମଣ କାରଣରୁ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁ କାରଣ ଜଣାପଡିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details