ସମ୍ବଲପୁର:ଜିଲ୍ଲାରେ ଥମିବାର ନାଁ ନେଉନାହିଁ ହାତୀ ମୃତ୍ୟୁ । ଗତ କିଛି ମାସ ହେବ ଅନେକ ହାତୀଙ୍କ ମୃତଦେହ ଠାବ କରାଯାଇଛି । ତେବେ ଆଜି ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଭୀମଖୋଜ ରଘୁଡେରା ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ କରିଛି ବନ ବିଭାଗ । ଆଜି ସକାଳୁ ସ୍ଥନୀୟ ଲୋକେ ଜଙ୍ଗଲରେ ହାତୀର ମୃତଦେହ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଏହା ପରେ ବନ ବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ସ୍ଥାନୀୟ ବନବିଭାଗ ସହ ରାଉରକେଲା RCCF ପହଞ୍ଚିଥିବା ସୂଚନା ରହିଛି । ତେବେ ଏହି ଘଟଣାରେ ବନ ବିଭାଗ 2ଜଣ ବ୍ୟକ୍ତିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି l ସ୍ଥାନୀୟ ଶିକାରୀ ବନ୍ୟଜନ୍ତୁ ଶିକାର ପାଇଁ ଇଲେକ୍ଟ୍ରି ତାର ବିଛାଇ ଥିବା ବେଳେ ଏଥିରେ ପଡି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସମ୍ବଲପୁର ଜିଲ୍ଲାରେ ବାରମ୍ବାର ହାତୀର ମୃତ୍ୟୁ ହେଉଥିବା ବେଳେ ଏହା ପଶୁପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ବନ ବିଭାଗ ପକ୍ଷରୁ ହାତୀର ସୁରକ୍ଷା ପାଇଁ elephant Tracker ନିଯୁକ୍ତ ହୋଇଥିବା ବେଳେ କିଭଳି ହାତୀର ମୃତ୍ୟୁ ହେଉଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।