ETV Bharat Odisha

ଓଡିଶା

odisha

ETV Bharat / state

୨ ବର୍ଷ ପରେ ଆନନ୍ଦ ଉଲ୍ଲାସର ସହ ଇଦ୍ ପାଳିଲା ସମ୍ବଲପୁର - ଧୁମଧାମରେ ଇଦ୍ ପାଳନ

ଆଜି ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍ । 2 ବର୍ଷ ପରେ ସମ୍ବଲପୁରରେ ଖୁବ୍ ଧୁମଧାମରେ ପାଳିତ ହେଲା ଇଦ୍ । ଅଧିକ ପଢନ୍ତୁ

୨ ବର୍ଷ ପରେ ଆନନ୍ଦ ଉଲ୍ଲାସର ସହ ଇଦ୍ ପାଳିଲା ସମ୍ବଲପୁର
୨ ବର୍ଷ ପରେ ଆନନ୍ଦ ଉଲ୍ଲାସର ସହ ଇଦ୍ ପାଳିଲା ସମ୍ବଲପୁର
author img

By

Published : May 3, 2022, 4:31 PM IST

ସମ୍ବଲପୁର: ଆଜି ହେଉଛି ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ୍ । ଏହି ପରିପ୍ରେକ୍ଷୀରେରେ ଆଜି ସମ୍ବଲପୁରରେ ମଧ୍ୟ 2 ବର୍ଷ ପରେ ଖୁବ୍ ଧୁମଧାମରେ ଇଦ୍ ପାଳିତ ହୋଇଛି । ଇଦ୍ ଉଲ୍ ଫିତର୍ ପାଇଁ ଚଳଚଞ୍ଚଳ ରହିଛି ସାରା ସହର । ଆଜି ଇଦ୍ ଅବସରରେରେ ସକାଳ 7ଟା 5 ମିନିଟରେ ବିଭିନ୍ନ ମସଜିଦ ଓ ଇଦଗାହା ଗୁଡିକରେ ସାମୁହିକ ନମାଜ ପାଠର ଆୟୋଜନ ହୋଇଥିଲା । ରାମଜାନ ମାସ ତମାମ ରୋଜା ରଖିଥିବା ମୁସଲିମ୍ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଆଜି ସକାଳେ ଏକାଠି ହୋଇ ନାମାଜ ପାଠ କରିବା ସହ ଦୁଆ ମାଗିଥିଲେ । ଏହାପରେ ପରମ୍ପରା ଅନୁଯାୟୀ ଗରିବ ଲୋକଙ୍କୁ ଜକାତ ପ୍ରଦାନ କରାଯାଇଥିଲା ।

ଆନନ୍ଦ ଉଲ୍ଲାସରେ ଇଦ୍ ପାଳିଲା ସମ୍ବଲପୁର
ସମ୍ବଲପୁରର ସାକ୍ଷୀପଡା ଇଦଗାହା, ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ମସଜିଦ, ପୀର ବାବା ଛକ ନିକଟସ୍ଥ ମସଜିଦ, ଭୁତାପଡା ମସଜିଦ, ସୁନାପାଲି ଅଞ୍ଚଳରେ ସାମୂହିକ ନାମଜ ପାଠର ଅୟୋଜନ ହୋଇଥିଲା । ଇଦ ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଇଦୁଲ ଫିତର ହେଉଛି ଦାନର ମହୋତ୍ସବ । ଏହି ପବିତ୍ର ଦିନରେ ବର୍ଷ ସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details