ଓଡିଶା

odisha

ETV Bharat / state

କୋଶଲ ରାଜ୍ୟ ଦାବିରେ ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ - ଜାତୀୟ ରାଜପଥ ରେ ଅର୍ଥନୈତିକ ଅବରୋଧ

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ କଲା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା। ସମ୍ବଲପୁର କଟକ ରାସ୍ତାର ମୋଚିବାହାଲ ଠାରେ ସକାଳ 9 ରୁ ଅପରାହ୍ନ 2 ଟା ଯାଏଁ ଅର୍ଥନୈତିକ ଅବରୋଧ କରିଛି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା। ଅଧିକ ପଢନ୍ତୁ

କୋଶଲ ରାଜ୍ୟ ଦାବିରେ ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ
କୋଶଲ ରାଜ୍ୟ ଦାବିରେ ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ

By

Published : Jul 29, 2022, 10:43 PM IST

ସମ୍ବଲପୁର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ କଲା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା । ସମ୍ବଲପୁର କଟକ ରାସ୍ତାର ମୋଚିବାହାଲ ଠାରେ ସକାଳ 9 ରୁ ଅପରାହ୍ନ 2 ଟା ଯାଏଁ ଅର୍ଥନୈତିକ ଅବରୋଧ କରିଛି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା।

କୋଶଲ ରାଜ୍ୟ ଦାବିରେ ଜାତୀୟ ରାଜପଥରେ ଅର୍ଥନୈତିକ ଅବରୋଧ

ଆଜି କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କରାଯାଇଛି ଅର୍ଥନୈତିକ ଅବରୋଧ । ସମ୍ବଲପୁର କଟକ 55 ନମ୍ବର ଜାତୀୟ ରାଜପଥର ମୋଚିବାହାଲ ଠାରେ କରାଯାଇଛି ଅର୍ଥନୈତିକ ଅବରୋଧ। ସକାଳ 9 ରୁ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଦସ୍ୟ ମାନେ ପୋଷ୍ଟର ଓ ବ୍ୟାନର ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାରେ ଶହ ଶହ ମାଲବାହୀ ଟ୍ରକ ସହ ଭାରି ଯାନ ଅଟକି ରହିଥିଲା। ରାଜ୍ୟ ସରକାର ପଶ୍ଚିମ ଓଡିଶା ସହ ସବୁ କ୍ଷେତ୍ରରେ ପାତରଅନ୍ତର ନୀତି ଅବଲମ୍ବନ କରୁଥିବାରୁ ଏହି ଆନ୍ଦୋଳନ ହେଉଥିବା କୁହାଯାଇଛି।

ଆଜି ଏହି ଆନ୍ଦୋଳନ ସମ୍ବଲପୁର, ଦେବଗଡ଼, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲା ରେ ହେଉଥିବା ସୂଚନା ଦିଆଯାଇଛି। ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସୂଚନା ଦିଆଯାଇଛି।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details