ସମ୍ବଲପୁର:ଏଥର ଧୁମଧାମରେ ସମ୍ବଲପୁରରେ ପାଳନ ହେବ ରାବଣ ପୋଡି । କୋଭିଡ କଟକଣା ଯୋଗୁଁ ଗତ 2 ବର୍ଷ ଧରି ରାବଣ ପୋଡି ହୋଇନଥିବା ବେଳେ ଏଥର ଦଶହରାରେ ରାବଣ ପୋଡି ମହାଆଡମ୍ବରରେ କରାଯିବ ବୋଲି ସୂଚନା ଦେଇଛି ସମ୍ବଲପୁର ଦଳେଇପଡା ରାବଣ ପୋଡି କମିଟି l ମହାନଦୀ ଭିତରେ ଜଳିବ 40 ଫୁଟିଆ ଇକୋ ଫ୍ରେଣ୍ଡଲି ରାବଣ l
ସମ୍ବଲପୁର ଅଇଁଠାପାଲି ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଧୁମଧାମରେ ରାବଣ ପୋଡି ହେବା ନେଇ ସୂଚନା ଦିଆଯାଇଛି । ଏଥର ସମ୍ବଲପୁର ଦଳେଇପଡା ମହାନଦୀ ଘାଟରେ ଜଳିବ ଗ୍ରୀନ ଓ ଇକୋ ଫ୍ରେଣ୍ଡଲି ରାବଣ । ଏହାସହ ଏଥର ଏହି ରାବଣ ପୋଡି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ ମହାନଦୀ ଭିତରେ ଆତସ ବାଜି କାର୍ଯ୍ୟକ୍ରମ। ଏଥିପାଇଁ ଗଞ୍ଜାମ, ଯାଜପୁର ଓ ସୁନ୍ଦରଗଡ଼ରୁ ଏକ୍ସପଟ ଟ୍ରୁପ ଆସିବେ । ଏହି ଟ୍ରୁପ ଇକୋ ଫ୍ରେଣ୍ଡଲି ବାଣ ଫୋଟକା ତିଆରି କରିବେ ।