ଓଡିଶା

odisha

ETV Bharat / state

ଦୁର୍ଗାପୂଜା ଭସାଣି ଉପରେ ରୋକ, କଟକଣା ଉଠାଇବାକୁ ଦାବି କଲା ବିଜେପି - ସମ୍ବଲପୁର ଦୁର୍ଗାପୂଜା ଭସାଣି କଟକଣା ଉଠାଇବାକୁ ଦାବି

କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ଦୁର୍ଗା ପୂଜା l ଏଥିପାଇଁ ସମ୍ବଲପୁରରେ ପ୍ରସ୍ତୁତି ଜୋର ସୋରରେ ଚାଲିଛି l ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରା ଉପରେ ଜିଲ୍ଲା ପୋଲିସ ପ୍ରଶାସନ ରୋକ ଲଗେଇଥିବା ଯୋଗୁଁ ଏନେଇ ବିଭିନ୍ନ ପୂଜା କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଧିକ ପଢ଼ନ୍ତୁ

ଦୁର୍ଗାପୂଜା ଭସାଣି ଉପରେ ରୋକ
ଦୁର୍ଗାପୂଜା ଭସାଣି ଉପରେ ରୋକ

By ETV Bharat Odisha Team

Published : Oct 10, 2023, 11:19 AM IST

ଦୁର୍ଗାପୂଜା ଭସାଣି ଉପରେ ରୋକ

ସମ୍ବଲପୁର: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । ଏଥିପାଇଁ ସମ୍ବଲପୁରରେ ଜୋରସୋରରେ ପ୍ରସ୍ତୁତି ଚାଲିଛି l ତେବେ ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରା ଉପରେ ଜିଲ୍ଲା ପୋଲିସ ପ୍ରଶାସନ ରୋକ ଲଗାଇଥିବା ଯୋଗୁଁ ଏନେଇ ବିଭିନ୍ନ ପୂଜା କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନେ ଜିଲ୍ଲାପାଳଙ୍କୁ ମଧ୍ୟ ଭେଟି ସାରିଛନ୍ତି l ତେବେ ବର୍ତ୍ତମାନ ଏହି ପ୍ରସଙ୍ଗ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଛି l ଦୁର୍ଗା ପୂଜା ଭସାଣି ଉପରେ ରୋକ ଲଗାଯିବାକୁ ନେଇ ସମ୍ବଲପୁର ଜିଲ୍ଲା ବିଜେପି ସୋମବାର ଏସପିଙ୍କୁ ଭେଟି ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରାକୁ ଅନୁମତି ଦେବାକୁ ଦାବି କରିଛି ।

ଦୁର୍ଗା ପୂଜା ଭସାଣିରେ ଅନୁମତି ପାଇଁ ସମ୍ବଲପୁର ଏସପିଙ୍କ ଦ୍ବାରସ୍ତ ହୋଇଛି ସମ୍ବଲପୁର ଜିଲ୍ଲା ବିଜେପି । ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ସମ୍ବଲପୁର ଏସପିଙ୍କୁ ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ସମୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବା ପର ଠାରୁ ସହରରେ ବର୍ଷେ ପାଇଁ ହନୁମାନ ଜୟନ୍ତୀ ଶୋଭଯାତ୍ରା ଓ ମହରମ ଶୋଭାଯାତ୍ରା ଉପରେ ରୋକ ଲଗାଇଥିଲେ ଜିଲ୍ଲା ପ୍ରଶାସନ l ତେବେ ପରେ ପରେ ପୋଲିସ ପ୍ରଶାସନ ଗଣେଶ ପୂଜା ଭସାଣି ଶୋଭାଯାତ୍ରା, ବିଶ୍ଵକର୍ମା ପୂଜା ଭସାଣି ଶୋଭଯାତ୍ରା ପରେ ଏବେ ଦୁର୍ଗା ପୂଜା ଭସାଣି ଉପରେ ରୋକ ଲଗାଇଛନ୍ତି l

ଏଭଳି ସ୍ଥିତିରେ ସୋମବାର ଜିଲ୍ଲା ବିଜେପି ଦୁର୍ଗା ପୂଜା ଆରମ୍ଭରୁ କଳସ ଯାତ୍ରା ଓ ଶେଷରେ ଭସାଣି ଶୋଭାଯାତ୍ରା ପାଇଁ ଅନୁମତି ଦେବା ପାଇଁ ଏସପିଙ୍କୁ ଭେଟି ଦାବି କରିଛି । ଅନ୍ୟପଟେ ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ସମୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାରୁ ଗୋଟିଏ ବର୍ଷ ପାଇଁ ଧାର୍ମିକ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଥିବା ଏସପି କହିଛନ୍ତି । ଭସାଣିରେ ପୂଜା କମିଟିର 5ରୁ 10 ଜଣ ସଦସ୍ୟ ପୋଲିସ ଉପସ୍ଥିତିରେ ଭସାଣୀ କରିବା ପାଇଁ ପୋଲିସ ଅନୁମତି ଦେବ ବୋଲି ସୂଚନା ଦିଆଯାଇଛି । ତେବେ ପୋଲିସ ପ୍ରଶାସନର ଏହିଭଳି ଆଭିମୁଖ୍ୟକୁ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ପ୍ରମୋଦ କୁମାର ରଥ ମଧ୍ୟ ନାପସନ୍ଦ କରିଛନ୍ତି l

ଏହା ମଧ୍ୟ ପଢ଼ନ୍ତୁ...Sambalpur violence: 4 ଜଣିଆ ଯାଞ୍ଚ କମିଟି ଗଠନ କଲା ବିଜେପି


ସୂଚନା ଅନୁସାରେ, ଗତ ଏପ୍ରିଲ ମାସରେ 12 ତାରିଖରେ ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ଚାଲିଥିବା ବେଳେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ପଥର ମାଡ଼ କରିଥିଲେ l ପରେ ଏପ୍ରିଲ 14ରେ ଏହାର ପ୍ରତିକ୍ରିୟା ସ୍ୱରୂପ ବିଭିନ୍ନ ସ୍ଥାନରେ ଜଳାପୋଡା ହୋଇଥିଲା l ଏହାପରେ ସମ୍ବଲପୁର ସହରରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିଲା l ଏଥିରେ ଜଣେ ଆଦିବାସୀ ଯୁବକ ପ୍ରାଣ ହରାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ l ସେତେବେଳେ ସମ୍ବଲପୁର ଜିଲ୍ଲାରେ କର୍ଫ୍ୟୁ‌ ଲଗାଯିବା ସହ ଇଣ୍ଟରନେଟ ସେବା ମଧ୍ୟ ଅଚଳ କରିଦେଇଥିଲା ଜିଲ୍ଲା ପ୍ରଶାସନ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details