ଓଡିଶା

odisha

ETV Bharat / state

ମିକ୍ସଓପ୍ୟାଥିକୁ ବିରୋଧ କରି ଡାକ୍ତରଙ୍କ ରିଲେ ଅନଶନ! - hunger strike against mixopathy

ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଆଇଏମଏ ହାଉସରେ ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖାର ଡାକ୍ତର ରିଲେ ଅନଶନରେ ବସିଛନ୍ତି। ଅଧିକ ପଢନ୍ତୁ...

ମିକ୍ସଓପ୍ୟାଥିକୁ ବିରୋଧ କରି ଡାକ୍ତରଙ୍କ ରିଲେ ଅନଶନ!
ମିକ୍ସଓପ୍ୟାଥିକୁ ବିରୋଧ କରି ଡାକ୍ତରଙ୍କ ରିଲେ ଅନଶନ!

By

Published : Feb 9, 2021, 4:22 PM IST

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟସ୍ଥ ଆଇଏମଏ ହାଉସରେ ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖାର ଡାକ୍ତର ରିଲେ ଅନଶନରେ ବସିଛନ୍ତି।

ମିକ୍ସଓପ୍ୟାଥିକୁ ବିରୋଧ କରି ଡାକ୍ତରଙ୍କ ରିଲେ ଅନଶନ!

ଗତ ନଭେମ୍ବର 20 ତାରିଖରେ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରାଳୟ ଓ ନୀତି ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ଏଲୋପ୍ୟାଥି ଡାକ୍ତରଙ୍କ ଛଡା ଆୟୁର୍ବେଦିକ, ହୋମିଓପ୍ୟାଥିକ, ୟୁନାନୀ ଡାକ୍ତର ମାନେ ମଧ୍ୟ ଅସ୍ତ୍ରୋପଚାର କରିପାରିବେ ବୋଲି କ୍ଷମତା ପ୍ରଦାନ କରାଯାଇଥିଲା । ଏହାକୁ ବିରୋଧ କରି ଏହି ରିଲେ ଅନଶନ କରାଯାଉଥିବା ସୂଚନା ଦିଆଯାଇଛି।

ଏହି ଭଳି ଚିକିତ୍ସା ପଦ୍ଧତି ଆପଣେଇବା ଦ୍ବାରା ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡିବ ବୋଲି ଭାରତୀୟ ଚିକିତ୍ସକ ସଂଘ ବୁର୍ଲା ଓ ସମ୍ବଲପୁର ଶାଖା ପକ୍ଷରୁ କୁହାଯାଇଛି। ଏହି ରିଲେ ଅନଶନ ଫେବୃଆରୀ 14 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା,ଇଟିଭି ଭାରତ

ABOUT THE AUTHOR

...view details