ଓଡିଶା

odisha

By

Published : Jul 12, 2023, 9:38 PM IST

ETV Bharat / state

ଚିକିତ୍ସାରେ ଅବହେଳାରୁ ଭିନ୍ନକ୍ଷମ ପାଲଟିଲେ ମେଡ଼ିକାଲ ଛାତ୍ର, ୮୦ ଲକ୍ଷ ଗଣିବେ ଡାକ୍ତର

ଚିକିତ୍ସାରେ ଅବହେଳା ଯୋଗୁଁ କ୍ଷତିପୂରଣ ଦେବେ ଡାକ୍ତର । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପରେ ରୋଗୀ ଭିନ୍ନକ୍ଷମ ପାଲଟି ଯିବାରୁ ଡାକ୍ତରଙ୍କ ବିରୋଧରେ ଏପରି ଫଇସଲା ଶୁଣାଇଛନ୍ତି ସମ୍ବଲପୁର ଜିଲ୍ଲା ଖାଉଟି ଅଦାଲତ । ଅଧିକ ପଢ଼ନ୍ତୁ

doctor to pay compensation for medical negligence
ଚିକିତ୍ସାରେ ଅବହେଳା ଯୋଗୁଁ କ୍ଷତିପୂରଣ ଦେବେ ଡାକ୍ତର

ଚିକିତ୍ସାରେ ଅବହେଳା ଯୋଗୁଁ କ୍ଷତିପୂରଣ ଦେବେ ଡାକ୍ତର

ସମ୍ବଲପୁର: ଚିକିତ୍ସାରେ ଅବହେଳା ଯୋଗୁଁ ଡାକ୍ତର ଗଣିବେ ୮୦ ଲକ୍ଷ ଟଙ୍କା । 2017 ମସିହାରେ ସମ୍ବଲପୁର ମୋଦିପଡ଼ାର ଜଣେ ଭିସୁଟ ଛାତ୍ର ସଡ଼କ ଦୁର୍ଘଟଣାରେ ଆହତ ହୋଇ ଭୀମସାର ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସୁରଜ ଜୈନ ନାମକ ଜଣେ ଡାକ୍ତର ତାଙ୍କୁ ସମ୍ବଲପୁରର ଏକ ଘରୋଇ ମେଡିକାଲକୁ ପଠାଇଥିଲେ । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରିବା ଯୋଗୁଁ ଯୁବକ ଜଣକ ଭିନ୍ନକ୍ଷମ ହୋଇଯିବାରୁ ସମ୍ବଲପୁର ଜିଲ୍ଲା ଖାଉଟି ଅଦାଲତରେ ଅଭିଯୋଗ ହୋଇଥିଲା l ଏହାର ଫଇସଲା ଶୁଣାଇ ସମ୍ବଲପୁର ଜିଲ୍ଲା ଖାଉଟି ଅଦାଲତ ସମ୍ବଲପୁର ୨ ଜଣ ଡାକ୍ତର ସୁରଜ ଜୈନ ଓ ସଞ୍ଜୟ ଭୋଇଙ୍କ ସମେତ ଉକ୍ତ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ ପ୍ରାୟ 80 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବଲପୁର ମୋଦିପଡାର ସୁମିତ ଦାସ ବୁର୍ଲା ଭିସୁଟର ଜଣେ ମେଧାବୀ ଛାତ୍ର ଥିଲେ । ସେ ଏକ ଘରୋଇ କମ୍ପାନୀରେ ଚାକିରି ପାଇଥିଲେ l 2017 ନଭେମ୍ବର ୮ ତାରିଖରେ ରାତି 10 ଟାରେ ବୁର୍ଲାକୁ ଯାଉଥିବା ବେଳେ ଲକ୍ଷ୍ମୀ ଡୁମୁରି ନିକଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ l ଫଳରେ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ସୁରଜ ଜୈନ ଭୀମସାର ମେଡିକାଲରେ ଅସ୍ତ୍ରୋପଚାର ନକରି ସମ୍ବଲପୁର ଏକ ଘରୋଇ ନର୍ସିଂହୋମକୁ ପଠାଇ ଦେଇଥିଲେ l ସେଠାରେ ସୁମିତଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ତାଙ୍କ ଅନିଚ୍ଛା ସ୍ୱତ୍ତ୍ବେ ଗୋଡରେ ଟାଇଟନିୟମ ପ୍ଲେଟ ବଦଳରେ ଷ୍ଟେନଲେସ ଷ୍ଟିଲର ପ୍ଲେଟ ଲଗାଯାଇଥିଲା l ପରବର୍ତ୍ତୀ ସମୟରେ ସୁମିତଙ୍କ ଗୋଡରେ ଅସ୍ତ୍ରୋପଚାର ହୋଇଥିବା ସ୍ଥାନରେ ବାରମ୍ବାର ସଂକ୍ରମଣ ହେବା ଯୋଗୁଁ ତାଙ୍କ ଗୋଡ ଏକ ପ୍ରକାର ଅଚଳ ହୋଇଯାଇଥିଲା ଏବଂ ସେ ଭିନ୍ନକ୍ଷମ ହୋଇଯାଇଥିଲେ l

ଏହା ମଧ୍ୟ ପଢ଼ନ୍ତୁ:ମୋବାଇଲ ଦେଖିଲେ ଆସିଲେନି ଡାକ୍ତର, ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏପରି ହୋଇଥିବା ନେଇ ଅନ୍ୟ ଜଣେ ଡାକ୍ତରଙ୍କ ଠାରୁ ଜାଣିବା ପରେ ସେ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ l ଏହି ମାମଲାକୁ ଖାଉଟି ଅଦାଲତର ଷ୍ଟେଟ କମିଶନ ଓ ନେସନାଲ କମିଶନ ପର୍ଯ୍ୟନ୍ତ ନେଇଥିଲେ l ତେବେ ସେଠାରେ ମାମଲା ଖାରଜ ହୋଇଯିବା ପରେ ପୁଣି ସମ୍ବଲପୁର ଜିଲ୍ଲା ଖାଉଟି ଅଦାଲତରେ ମାମଲା ଚାଲିଥିଲା l ଏହାପରେ ଏହି ମାମଲାର ଅଦାଲତ ଶୁଣାଣି କରିଛନ୍ତି ।

ଏନେଇ ସୁମିତଙ୍କ ଓକିଲ ସୂଚନା ଦେଇ କହିଛନ୍ତି, " ୨ ଡାକ୍ତର ଓ ନର୍ସିଂହୋମ କର୍ତ୍ତୃପକ୍ଷଙ୍କୁ 20 ଲକ୍ଷ ଲେଖାଏଁ କ୍ଷତି ପୂରଣ, ପାଇଥିବା ଚାକିରିର କ୍ଷତି ପୂରଣ ବାବଦରେ 16 ଲକ୍ଷ ଟଙ୍କା ଓ ଚିକିତ୍ସା ଖର୍ଚ୍ଚ ବାବଦରେ 3 ଲକ୍ଷ ଟଙ୍କା ଟଙ୍କା ଦେବେ । ଯେଉଁ ଦିନ ଠାରୁ ଏହି ଘଟଣା ଘଟିଛି ସେହି ଦିନରୁ ଆଜି ପର୍ଯ୍ୟନ୍ତ କ୍ଷତି ପୂରଣ ରାଶିର ସୁଧ ମଧ୍ୟ ଦେବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ସୁରଜ ଜୈନ ଓ ସଞ୍ଜୟ ଭୋଇଙ୍କ ସମେତ ଉକ୍ତ ଘରୋଇ ହସ୍ପିଟାଲର କର୍ତ୍ତୃପକ୍ଷ ପାଖାପାଖି ପ୍ରାୟ ୧ କୋଟି 20 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details